Latest Odisha News

BREAKING NEWS

କୋଲକାତା ଲଜ୍ଜା: ଷ୍ଟାଟସ୍ ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ, ଗଠନ ହେବ ନ୍ୟାସନାଲ ଟାସ୍କ ଫୋର୍ସ

କୋଲକାତା: କୋଲକାତା ଲଜ୍ଜା ଉପରେ କ୍ଷୋଭ ପ୍ରକାଶ କରିଛନ୍ତି ସୁପ୍ରମିକୋର୍ଟ । ଗୁରୁବାର ସୁଦ୍ଧା ଷ୍ଟାଟସ୍‌ ରିପୋର୍ଟ ଦାଖଲ କରିବାକୁ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି । ଯାଞ୍ଚ କାର୍ଯ୍ୟ କେଉଁ ଯାଏଁ ଗଲାଣି ଓ ଏହା ଉପରେ ସିବିଆଇ କ’ଣ ପଦକ୍ଷେପ ଗ୍ରହଣ କରିଛି ସେନେଇ ସମସ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଏଥିସହିତ ଏହି ଘଟଣା ପରେ ଡାକ୍ତରଙ୍କ ସୁରକ୍ଷା ପାଇଁ ନ୍ୟାସନାଲ ଟାସ୍କ ଫୋର୍ସ ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ବିଚାରପତି । ଏହାସହିତ ସୋସିଆଲ ମିଡିଆରେ ପୀଡିତାଙ୍କ ଭିଡିଓ ଓ ଫଟୋ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି କୋର୍ଟ ।

କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ କିଛି ବଡ ନିଷ୍ପତ୍ତି ଶୁଣାଇଛନ୍ତି ସୁପ୍ରମିକୋର୍ଟ । ଏହି ଘଟଣା ପରେ ଡାକ୍ତରଙ୍କ ସୁରକ୍ଷା ନେଇ ସୁପ୍ରିମକୋର୍ଟ ଏକ ଟାସ୍କ ଫୋର୍ସ ଗଠନ କରିବାକୁ କହିଛନ୍ତି । ଏହି ଟାସ୍କ ଫୋର୍ସ ସର୍ବୋଚ୍ଚ ନ୍ୟାୟଳାୟର ତତ୍ବାବଧାନରେ ଗଠନ ହେବ । ଏଥିରେ ଡାକ୍ତରମାନଙ୍କୁ ମଧ୍ୟ ସାମିଲ କରାଯିବ ବୋଲି କହିଛନ୍ତି କୋର୍ଟ ।

ଏଥିସହିତ ଗୁରୁବାର ଭିତରେ ମାମଲା ନେଇ ଷ୍ଟାଟସ ରିପୋର୍ଟ ଦାଖଲ କରିବାକୁ ସିବିଆଇକୁ ନିର୍ଦ୍ଦେଶ ଦେିଛନ୍ତି ସୁପ୍ରିମକୋର୍ଟ । ଏଯାବତ ସିବିଆଇ ମାମଲାକୁ ନେଇ କି କି ପଦକ୍ଷେପ ଗ୍ରହଣ କଲେଣି ସେନେଇ ଏକ ସଂପୂର୍ଣ୍ଣ ତଥ୍ୟ ସୁପ୍ରିମକୋର୍ଟଙ୍କୁ ପ୍ରଦାନ କରିବ ସିବିଆଇ । ଏହାସହିତ କୋର୍ଟ ଡାକ୍ତରମାନଙ୍କୁ ମଧ୍ୟ ବିକ୍ଷୋଭରୁ ଓହରି ଯିବା ପାଇଁ ଆହ୍ବାନ ଦେଇଛନ୍ତି କୋର୍ଟ ।

ଅନ୍ୟପକ୍ଷରେ ଏଭଳି ଘଟଣାକୁ ପଶ୍ଚିମବଙ୍ଗ ସରକାର ଓ ପୋଲିସଙ୍କ ଉପରେ ଖୁବ୍ ବର୍ଷିଛନ୍ତି ସୁପ୍ରିମକୋର୍ଟ । ଏନେଇ କୋର୍ଟ କହିଛନ୍ତି, ଯଦି ଏହା ଏକ ଦୁଷ୍କର୍ମ ଥିଲା ତାହାଲେ କଲେଜର ପ୍ରିନ୍ସିପାଲ ଏହାକୁ ପ୍ରଥମେ ଆତ୍ମହତ୍ୟା ବୋଲି କାହିଁକି କହିଥିଲେ ? ପୀଡିତାଙ୍କ ପରିବାରଙ୍କୁ ପୀଡିତାଙ୍କୁ ଦେଖିବାକୁ ଦିଆଗଲା ନାହିଁ । ଘଟଣା ଘଟିବାର ଅନେକ ସମୟ ପରେ ଏନେଇ ମାମଲା ରୁଜ୍ଜୁ ହେଲା, ଏମିତି ଅନେକ କିଛି ପ୍ରଶ୍ନ କରି ନିଜର କ୍ଷୋଭ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । ଖାଲି ସେତିକି ନୁହେଁ ସୋସିଆଲ ମିଡିଆରେ ପୀଡିତାଙ୍କ ଫଟୋ ଓ ଭିଡିଓ ଯାହା ଘୁରି ବୁଲୁଛି ତାହାକୁ ଦୃଢ ନିନ୍ଦା କରିଛନ୍ତି ସୁପ୍ରମିକୋର୍ଟ । ଏନେଇ କୋର୍ଟ ଚିନ୍ତା ପ୍ରକଟ କରି କହିଛନ୍ତି, ସୋସିଆଲ ମିଡିଆରେ ପୀଡିତାଙ୍କ ପରିଚୟ ସାର୍ବଜନୀନ କରାଯାଇଛି । ଯାହା ନିୟମ ବିରୁଦ୍ଧ ।

Comments are closed.