Latest Odisha News

BREAKING NEWS

ବରଗଡ଼ରୁ ସୁନା ଗହଣା ବ୍ୟବସାୟୀଙ୍କୁ ଉଠାଇ ନେଲା କୋଲକତା ପୋଲିସ…

ବରଗଡ଼: ଓଡିଶାର ଜଣେ ସୁନା ଗହଣା ବ୍ୟବସାୟୀଙ୍କୁ ଉଠାଇ ନେଲା କୋଲକତା ପୋଲିସ । ଏହି ଖବର ସାମ୍ନାକୁ ଆସିଛି ବରଗଡ଼ରୁ । ବରଗଡର ନ୍ୟୁ ଡ଼ାୱାର ଜ୍ବେଲର୍ସର ମାଲିକ ହେମନ୍ତ ବର୍ମାକୁ କୋଲକତା ପୋଲିସ ଉଠାଇ ନେଇଥିବା ସୂଚନା ମିଳିଛି ।

ମିଳିଥିବା ସୂଚନା ଅନୁଯାୟୀ, ସମ୍ପୃକ୍ତ ସୁନା ବ୍ୟବସାୟୀ କୋଲକାତାରୁ ଅନ୍ୟ ଜଣେ ବ୍ୟବସାୟୀଙ୍କ ପାଖରୁ ଲକ୍ଷାଧିକ ଟଙ୍କାର ସୁନା ଆଣି ଟଙ୍କା ଦେଇ ନ ଥିବା ପୋଲିସରେ ଅଭିଯୋଗ ହୋଇଥିଲା । ଯେଉଁଥିପାଇଁ ତାଙ୍କ ନାଁରେ କଲିକତା ଥାନାରେ ମାମଲା ରୁଜୁ ହେବା ପରେ କଲିକତା ପୋଲିସ ବରଗଡକୁ ପହଞ୍ଚି ସୁନା ଦୋକାନୀକୁ ଉଠାଇ ନେଇଛି ।

କୋଲକାତା ପୋଲିସ ଏସଆଇ ପ୍ରଶାନ୍ତ କର ଦାଶ, ଏସଆଇ କବିତା ସାମନ୍ତ ପ୍ରମୁଖ ବରଗଡ଼ ଆସି ସୁନା ବ୍ୟବସାୟୀଙ୍କୁ ଉଠାଇ ନେଇଛନ୍ତି । ବରଗଡ ପ୍ରତିଷ୍ଠିତ ସୁନା ବେପାରୀଙ୍କୁ କଲିକତା ପୋଲିସ ଉଠେଇ ନେବା ପରେ ଚାରିଆଡେ ଚର୍ଚ୍ଚା ଯୋରଧରିଛି ।

Leave A Reply

Your email address will not be published.