Latest Odisha News

ଇନ୍ଦିରା ଗାନ୍ଧୀଙ୍କ ପରି ମମତାଙ୍କୁ ଗୁଳି କର… 

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ବିବାଦୀୟ ପୋଷ୍ଟ କରିବା ମାମଲାରେ ପୋଲିସ ଜଣେ ଛାତ୍ରୀଙ୍କୁ ଗିରଫ କରିଛି।

ଇନ୍ଦିରା ଗାନ୍ଧୀଙ୍କ ଭଳି ମମତା ବାନାର୍ଜୀଙ୍କୁ ଗୁଳି କରି ହତ୍ୟା କର। ସୋସିଆଲ ମିଡିଆରେ ଏଭଳି କିଛି ପୋଷ୍ଟ ଭାଇରାଲ ହୋଇଥିଲା ଯାହା ପରେ ପଶ୍ଚିମବଙ୍ଗ ପୋଲିସ ଏହି ମାମଲାରେ ଜଣେ ଛାତ୍ରୀଙ୍କୁ ଗିରଫ କରିଛି। ଉକ୍ତ ଛାତ୍ରୀ ଜଣକ ଦ୍ୱିତୀୟ ବର୍ଷର ବି.କମ୍ ଛାତ୍ରୀ ବୋଲି ଜଣାପଡିଛି। ଉକ୍ତ ଛାତ୍ରୀଙ୍କ ନାମ କିର୍ତ୍ତୀ ଶର୍ମା ବୋଲି ଜଣାପଡିଛି।

ଅଭିଯୋଗ ଅନୁଯାୟୀ, ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ୩୧ ବର୍ଷ ବୟସ୍କା ମହିଳା ଟ୍ରେନି ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ମାମଲା ସହ ଜଡ଼ିତ ଷ୍ଟୋରି ସେୟାର କରିଥିଲେ। ଏହି ମାମଲାରେ ସେ ଇନଷ୍ଟାଗ୍ରାମରେ ୩ଟି ଷ୍ଟୋରି ସେୟାର କରିଥିଲେ।

Comments are closed.