Latest Odisha News

ସୁପ୍ରିମକୋର୍ଟ ଦେଲେ ଆଶ୍ବାସନା; ଆନ୍ଦୋଳନରୁ ଓହରିଲେ ଡାକ୍ତର

କୋଲକାତା: ଆରଜି କର ମେଡିକାଲ କଲେଜ ଦୁଷ୍କର୍ମ ଓ ହତ୍ୟା ନେଇ ଡାକ୍ତରମାନେ ନିଜର ସୁରକ୍ଷା ପୀଡିତାଙ୍କୁ ନ୍ୟାୟ ଦାବିରେ ଦୀର୍ଘ ୧୧ ଦିନ ହେବ ଆନ୍ଦୋଳନ ଜାରି ରଖିଥିଲେ । ଏହାକୁ ଦୃଷ୍ଟିରେ ରଖି ସାରା ଦେଶରେ ଡାକ୍ତରଙ୍କ ସୁରକ୍ଷା ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।

ଏନେଇ କୋର୍ଟ ଡାକ୍ତରମାନଙ୍କୁ ଆନ୍ଦୋଳନରୁ ଓହରିବା ପାଇଁ ଅନୁରୋଧ କରିଥିଲେ । ଯେଉଁ ଡାକ୍ତରମାନେ ଡ୍ୟୁଟିକୁ ଫେରିବାକୁ ଚାହୁଁଛନ୍ତି, ସେମାନଙ୍କୁ ସୁରକ୍ଷା ଦିଆଯିବ ବୋଲି କହିଥିଲେ । ଏନେଇ ନିଜ ଆଡୁ ଆବଶ୍ୟକ ସମସ୍ତ ପଦକ୍ଷେପ ନେବାକୁ କେନ୍ଦ୍ର ଗୃହ ସଚିବଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି ସୁପ୍ରିମକୋର୍ଟ । ଏହାସହିତ ସବୁ ରାଜ୍ୟର ମୁଖ୍ୟ ସଚିବ ଓ ଡିଜିପିଙ୍କ ସହ କଥା ହେବାକୁ ନିର୍ଦ୍ଦେଶ ଗୃହ ମନ୍ତ୍ରୀଳୟକୁ ନିର୍ଦ୍ଦେଶ ଦେଇଛନ୍ତି । ସପ୍ତାହକ ମଧ୍ୟରେ ଏ ବିଷୟରେ ଆଲୋଚନା କରି ସୁରକ୍ଷା ବନ୍ଦୋବସ୍ତ କର । ଏହାର ଦୁଇ ସପ୍ତାହ ମଧ୍ୟରେ ସମସ୍ତ ରାଜ୍ୟମାନେ ସୁରକ୍ଷା ପଦକ୍ଷେପ ନିଜ ନିଜ ରାଜ୍ୟରେ ଲଗୁ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଏଥିସହ ଆନ୍ଦୋଳନ କରୁଥିବା ଡାକ୍ତରଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ବୋଲି ଆଶ୍ୱସନା ଦେଇଛନ୍ତି।

ସେପଟେ ସୁପ୍ରିକକୋର୍ଟଙ୍କ ନିର୍ଦ୍ଦେଶ ପରେ ଦେଶବ୍ୟାପୀ ଆନ୍ଦୋଳନରୁ ହଟିଛନ୍ତି ଡାକ୍ତର ଓ ନର୍ସି ଷ୍ଟାଫ । ପ୍ରଥମେ ଏମ୍ସର ରେସିଡେଣ୍ଟ ଡାକ୍ତରମାନେ ୧୧ ଦିନ ଧରି ଜାରି ରଖିଥିବା ଆନ୍ଦୋଳନକୁ ପ୍ରତ୍ୟାହାର କରୁଥିବା ଘୋଷଣା କରିବା ପରେ ଆରଏଲଏମ ହସ୍ପିଟାଲର ଡାକ୍ତରମାନେ ମଧ୍ୟ ସମାନ ପଦକ୍ଷେପ ଗ୍ରହଣ କରିଥିଲେ। ଏହି ଦୁଇ ବଡ଼ ସଂସ୍ଥାର ଡାକ୍ତରମାନେ ଆନ୍ଦୋଳନରୁ ଓହରିବା ପରେ ଦେଶରେ ବିଭିନ୍ନ ସ୍ଥାନରେ ଚାଲିଥିବା ବିକ୍ଷୋଭ ମଧ୍ୟ ଧୀରେଧୀରେ ଥମିବାରେ ଲାଗିଛି।

କୋଲକାତା ଆରଜି କର ମେଡିକାଲ କଲେଜରେ ଜଣେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ କରି ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । ଯାହାକୁ ନେଇ ଏବେ ଖୋଳତାଳ କରୁଛି ସିବିଆଇ । ଏନେଇ ସିବିଆଇ ଗୁରୁବାର ତାର ପ୍ରାଥମିକ ତଦନ୍ତ ରିପୋର୍ଟ ସୁପ୍ରିମକୋର୍ଟରେ ଦାଖଲ କରିଛି । ଯେଉଁଥିରେ ମହିଳା ଡାକ୍ତରଙ୍କୁ ଗଣଦୁଷ୍କର୍ମ କରାଯାଇନାହିଁ ବୋଲି ଉଲ୍ଲେଖ ରହିଛି । ଏହା ସହିତ ସିବିଆଇ ଏହି ଘଟଣା ପାଇଁ କଲେଜ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି ।

ଏନେଇ ଶୁଣାଣି କରି ନିଜର କ୍ଷୋଭ ପ୍ରକାଶ କରିବା ସହିତ ଆନ୍ଦୋଳନରତ ଡାକ୍ତରମାନଙ୍କୁ ଓହରିବା ପାଇଁ ଅନୁରୋଧ କରିଥିଲେ । ଏନେଇ କୋର୍ଟ କହିଥିଲେ, ସମସ୍ତ ଡାକ୍ତର ସେମାନଙ୍କ କାର୍ଯ୍ୟକୁ ଫେରିଯାଆନ୍ତୁ। ଡାକ୍ତରମାନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନନେବାକୁ ଆମେ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେବୁ। ସେମାନେ କାର୍ଯ୍ୟକୁ ଫେରିଗଲେ, ସବୁକିଛି ଠିକ୍ ଚାଲିବ। ଯଦି ସେମାନେ କାର୍ଯ୍ୟକୁ ନ ଫେରନ୍ତି, ତେବେ ସରକାରୀ ସ୍ୱାସ୍ଥ୍ୟ ସୁବିଧା ଢାଞ୍ଚା କିପରି ଚାଲିବ? ଯଦି ଏହା ପରେ ଅସୁବିଧା ହୁଏ, ତେବେ ଆମ ପାଖକୁ ଆସନ୍ତୁ ବୋଲି କହିଥିଲେ କୋର୍ଟ ।  କିନ୍ତୁ ପ୍ରଥମେ ସେମାନଙ୍କୁ ଡ୍ୟୁଟିରେ ଫେରନ୍ତୁ ବୋଲି ଅନୁରୋଧ କରିଥିଲେ କୋର୍ଟ । ଯାହାପରେ କୋର୍ଟଙ୍କ ପ୍ରତିଶ୍ରୁତି ଓ ଅନୁରୋଧ ପାଇଁ ଆନ୍ଦୋଳନରୁ ଓଡରିବାରେ ଲାଗିଛନ୍ତି ବିଭିନ୍ନ ଡାକ୍ତର ।

Comments are closed.