Latest Odisha News

ଡାକ୍ତରଙ୍କ ସୁରକ୍ଷା ପାଇଁ ଗଠନ ହେବ କମିଟି, କେନ୍ଦ୍ରର ପ୍ରତିଶ୍ରୁତି

ନୂଆଦିଲ୍ଲୀ: କୋଲକାତାରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଆରଜି କର ମେଡିକାଲ କଲେଜରେ ଡାକ୍ତରଙ୍କ ଆନ୍ଦୋଳନ ଜାରି ରହିଛି। ଯାହା ଫଳରେ ସ୍ବାସ୍ଥ୍ଯ ସେବା ବାଧାପ୍ରାପ୍ତ ହେଉଛି।

ଡାକ୍ତରମାନଙ୍କୁ କାମକୁ ଫେରିବାକୁ ନିବେଦନ କରିଛି କେନ୍ଦ୍ର। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ପ୍ରତିନିଧିମାନେ ଶନିବାର ଡାକ୍ତର ସଂଗଠନକୁ ଭେଟିଥିଲେ। ବୈଠକରେ ଡାକ୍ତରମାନେ ସେମାନଙ୍କ ସୁରକ୍ଷାକୁ ନେଇ ଉଦବେଗ ପ୍ରକାଶ କରିଥିଲେ।

ତେବେ ଡାକ୍ତରଙ୍କ ସୁରକ୍ଷାକୁ ନେଇ ଏକ କମିଟି ଗଠନ କରାଯିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପ୍ରକାଶ କରିଛି। ଏହି କମିଟି ଡାକ୍ତରଙ୍କ ସୁରକ୍ଷା ନେଇ କ’ଣ ସବୁ ପଦକ୍ଷେପ ଗ୍ରହଣ କରାଯାଇ ପାରିବ, ତା’ର ପ୍ରସ୍ତାବ ଦେବ। ରାଜ୍ୟ ସରକାରଙ୍କ ସମେତ ସବୁ ଅଂଶୀଦାରମାନେ ସୁରକ୍ଷାକୁ ନେଇ କମିଟି ଆଗରେ ନିଜ ନିଜର ପ୍ରସ୍ତାବ ଉପସ୍ଥାପନ କରିପାରିବେ ବୋଲି ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, କୋଲକାତା ଆରଜି କର ମେଡିକାଲ କଲେଜରେ ଜଣେ ୩୦ ବର୍ଷୀୟ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ କରାଯାଇ ହତ୍ୟା କରାଯାଇଛି । ଆଜି ସାରା ଦେଶରେ ଏହାକୁ ନେଇ ତେଜିଛି ବିରୋଧ ।

ଅଧିକ ପଢନ୍ତୁ- ଆର.ଜି କର ହସ୍ପିଟାଲରେ ଭଙ୍ଗାରୁଜା ନେଇ ତାତିଲେ ମମତା, କହିଲେ ଏପରି କିଛି..

Comments are closed.