Latest Odisha News

BREAKING NEWS

କୋଲକାତା ରେପ୍ ମର୍ଡର କେସ୍ : ଶେଷ ହେଲା ଜୁନିଅର ଡାକ୍ତରଙ୍କ ହରତାଳ

କୋଲକାତା : କୋଲକାତାରେ ରେପ ଓ ମର୍ଡର ବିରୋଧରେ ଚାଲିଥିବା ଆମରଣ ଅନଶନ ବନ୍ଦ ହୋଇଛି। ଜୁନିଅର ଡାକ୍ତର ମାନଙ୍କ ଦ୍ୱାରା ଚାଲିଥିବା ଏହି ଆନ୍ଦୋଳନ ୧୭ ଦିନପରେ ଶେଷ ହୋଇଛି। ସୋମବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ କଥା ହେବା ପରେ ଏପରି ହୋଇଛି। କୋଲକତା ରେପ ମର୍ଡର କେସରେ ନ୍ୟାୟ ପାଇଁ ଅକ୍ଟୋବର ୫ ତାରିଖରୁ ଜୁନିଅର ଟ୍ରେନି ଡାକ୍ତରମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ଏହା ସହ ରାଜ୍ୟର ସ୍ବାସ୍ଥ୍ୟ ବିଭାଗର ସମସ୍ଯା ଦୁରପାଇଁ ମଧ୍ୟ ଦାବି କରିଥିଲେ। ଆସନ୍ତା ୨୬ ଅକ୍ଟୋବରରେ ଟ୍ରେନି ଡାକ୍ତରମାନେ ଆରଜି କର ହସପିଟାଲ ପରିସରରେ ସାମୁହିକ ସମ୍ମିଳନୀ କରିବା ନେଇ ସୂଚନା ମିଳିଛି। ଏହି ଆମରଣ ଅନଶନରେ ଆମର ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ଆମେ ଏଥିରୁ ଓହରିଲୁ ବୋଲି ଟ୍ରେନି ଡାକ୍ତର ଦେବାଶିଷ ହଳଧର କହିଛନ୍ତି।

ଉଲ୍ଲେଖଯୋଗ୍ୟ ଅକ୍ଟୋବର ୨୦ ତାରିଖରେ ଅନଶନ ବନ୍ଦ କରିବାକୁ ସିଏମ ମମତା ବାନାର୍ଜୀ ଅନୁରୋଧ କରିବ ସହ ସମସ୍ତ ଡାକ୍ତରଙ୍କର ଅଧିକାଂଶ ଦାବି ପୂରଣ କରାଯାଇଥିବା କହିଥିଲେ।

Leave A Reply

Your email address will not be published.