Latest Odisha News

BREAKING NEWS

କୋଲକତା ଦୁଷ୍କର୍ମ-ହତ୍ୟା ମାମଲା; ଅଭିଯୁକ୍ତ ସଞ୍ଜୟକୁ ରୁଚୁନି ଜେଲର ଖାଦ୍ୟ, ଅର୍ଡର କଲା ଏହି ଖାଇବା

କୋଲକତା: କୋଲକତା ଆର.ଜି କର ନମେଡିକାଲ କଲେଜରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟ ବର୍ତ୍ତମାନ କୋଲକାତାର ପ୍ରେସିଡେନ୍ସି ସୁଧାର ଗୃହରେ ଅଛି । ସେ ଜେଲରେ ରୁଟି ଏବଂ ତରକାରୀ ଖାଇବାକୁ ମନା କରି ଦେଇଛି ଏହା ବଦଳରେ ଅଭିଯୁକ୍ତ ସଞ୍ଜୟ ଅଣ୍ଡା ଚାଉମିନ୍ ଖାଇବାକୁ ଅର୍ଡର କରିଛି ।

ତେବେ ଜେଲ୍ ନିୟମ ଅନୁଯାୟୀ ଯେକୌଣସି ବନ୍ଦୀଙ୍କୁ ସମସ୍ତ କଏଦୀଙ୍କୁ ଦିଆଯାଉଥିବା ଖାଦ୍ୟ ଦିଆଯାଏ । କେତେକ କ୍ଷେତ୍ରରେ ଘରୁ ଖାଦ୍ୟ ଅର୍ଡର କରିବାକୁ ଅନୁମତି ଦିଆଯାଏ । ତେବେ ସଞ୍ଜୟ ରୟ ଦୈନିକ ରୁଟି ତରକାରୀ ଖାଇବାକୁ ଦିଆଯିବା ନେଇ ରାଗିଯାଇଥିଲା । ଆଉ ଅଣ୍ଡା ଚାଓମିନ ମଗେଇଥିଲା । ହେଲେ ତାର ଏହି ଦାବି କୁ ଖାରଜ କରାଯାଇ ତାକୁ ସେଇ ରୁଟି ତରକାରୀ ଖାଇବାକୁ ଦିଆଯାଇଥିଲା ।

ଏହା ପୂର୍ବରୁ ସିବିଆଇ ହେପାଜତରେ ସୁଧାର ଗୃହରେ ଥିବାବେଳେ ମଧ୍ୟ ଅଭିଯୁକ୍ତ ସଞ୍ଜୟ ଶୋଇବା ପାଇଁ ଅଧିକ ସମୟ ମାଗିଥିଲା । ଏହା ବ୍ୟତୀତ ସେ ନିଜ ସହ କଥା ହେଉଥିବାର ଦେଖିବା ମିଳିଥିଲା ।

ସୂଚନାଯୋଗ୍ୟ, ବର୍ତ୍ତମାନ ପର୍ଯ୍ୟନ୍ତ କୋଲକାତା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାର ତଦନ୍ତରେ କେବଳ ଜଣକୁ ଗିରଫ କରାଯାଇଛି । ସେ ହେଉଛ ସଞ୍ଜୟ ରୟ, ଯିଏକି କୋଲକାତା ପୋଲିସର ନାଗରିକ ସ୍ୱେଚ୍ଛାସେବୀ ଅଟେ ଏବଂ ତା ନାମରେ ଦୁଷ୍କର୍ମ ପରେ ଡାକ୍ତରଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି ।

Comments are closed.