Latest Odisha News

BREAKING NEWS

ଭିଣୋଇର ପ୍ରେମ ନିବେଦନ ପ୍ରତ୍ଯାଖ୍ଯାନ କରିବାରୁ ମହିଳାଙ୍କୁ ୩ ଖଣ୍ଡ କରିଦେଲେ…

କୋଲକାତା: ଦକ୍ଷିଣ କୋଲକାତାର ଟଲିଗଞ୍ଜ ଅଞ୍ଚଳର ଏକ ଅଳିଆ ଆବର୍ଜନା ଗଦାରୁ ମିଳିଥିବା ମଣିଷ ମୁଣ୍ଡ ଘଟଣାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି।

ଏହି ମାମଲାରେ କୋଲକାତା ପୋଲିସ ମୃତ ୨୪ ପରଗନା ଜିଲ୍ଲାର ହୀରାଖଣ୍ଡ ହର୍ମୋରରୁ ମୃତକଙ୍କ ସମ୍ପର୍କୀୟ ଅତିଉର ରହମନ ଲସ୍କରଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣେ ଶ୍ରମିକ ବୋଲି ଜଣାପଡିଛି। ଏପରିକି ସେ ମହିଳାଙ୍କୁ ହତ୍ୟା କରିଥିବା ସ୍ୱୀକାର ମଧ୍ଯ କରିଛନ୍ତି। ମହିଳା ଜଣକ ଦୁଇ ବର୍ଷ ପୂର୍ବେ ତାଙ୍କ ସ୍ୱାମୀଙ୍କଠାରୁ ଅଲଗା ହୋଇଯାଇଥିଲେ।

ଡିସିପିଙ୍କ ସୂଚନା ଅନୁଯାୟୀ, ଲସ୍କର ଉକ୍ତ ମହିଳାଙ୍କୁ ପସନ୍ଦ କରୁଥିଲେ ଏବଂ ତାଙ୍କ ସହ ପ୍ରେମ ସମ୍ପର୍କ ରଖିବାକୁ ଚାହୁଁଥିଲେ। କିନ୍ତୁ ମହିଳା ତାଙ୍କ ପ୍ରେମ ନିବେଦନ ପ୍ରତ୍ୟାଖ୍ୟାନ କରିବାରୁ ସେ କ୍ରୋଧିତ ହୋଇପଡିଥିଲେ।

ଡିସିପି କଲିତା ଆହୁରି ମଧ୍ଯ କହିଛନ୍ତି ଯେ ଏକ ସପ୍ତାହ ପୂର୍ବରୁ ସେ ତାଙ୍କଠାରୁ ଦୂରେଇ ଯାଇଥିଲେ। ଯେଉଁଥିପାଇଁ ତାଙ୍କ କ୍ରୋଧ ଆହୁରି ବଢିଯାଇଥିଲା। ଏପରିକି ମହିଳା ଜଣକ ତାଙ୍କ ଫୋନ୍ ନମ୍ବରକୁ ମଧ୍ୟ ବ୍ଲକ କରିଦେଇଥିଲେ। ଗୁରୁବାର ସନ୍ଧ୍ୟାରେ ସେ କାମରୁ ଫେରିବା ପରେ ଅଭିଯୁକ୍ତ ତାଙ୍କୁ ଏକ ନିର୍ମାଣାଧୀନ କୋଠାକୁ ଉଠାଇ ନେଇଥିଲା। ସେ ସେଠାରେ ତାଙ୍କ ଗଳା କାଟି ହତ୍ୟା କରିଥିଲେ। ଯାହାପରେ ଶରୀରକୁ ତିନି ଖଣ୍ଡ କରି ବିଭିନ୍ନ ସ୍ଥାନରେ ଫିଙ୍ଗି ଦେଇଥିଲା।

ତେବେ ମହିଳାଙ୍କ ବୟସ ପ୍ରାୟ ୩୫ରୁ ୪୦ ବର୍ଷ ହେବ। ଏହି ଘଟଣାରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି କି ନାହିଁ ସେନେଇ ମଧ୍ୟ ତଦନ୍ତ କରାଯାଉଅଛି।

Comments are closed.