Latest Odisha News

BREAKING NEWS

କୋଣାର୍କରେ କଲିକତାର ମହିଳାଙ୍କୁ ୧୦ ଦିନ ଧରି ଗଣଦୁଷ୍କର୍ମ ଅଭିଯୋଗ

ପୁରୀ: ପୁରୀ ଜିଲ୍ଲାର କୋଣାର୍କରେ ଜଣେ ମହିଳାଙ୍କୁ ୧୦ ଦିନ ଧରି ଗଣଦୁଷ୍କର୍ମ କରାଯାଇଥିବାର ଅଭିଯୋଗ ହୋଇଛି ।

ମିଳିଥିବା ସୂଚନାରୁ ପ୍ରକାଶ, ମହିଳା ଜଣଙ୍କୁ କୋଣାର୍କ ସୂର୍ଯ୍ୟ ମନ୍ଦିରଠାରୁ ୨ କିମି ଦୂର ଏକ ମାର୍କେଟ କମ୍ଲେକ୍ସର କୋଠରୀ ମଧ୍ୟରେ ରଖାଯାଇ ଜବରଦସ୍ତି ବେଶ୍ୟାବୃତ୍ତିରେ ନିୟୋଜିତ କରାଯାଇଥିଲା ।

କୌଶଳକ୍ରମେ ମହିଳା ଜଣକ ସେହି ଘରର ଛାତ ଉପରକୁ ଆସି ଉଦ୍ଧାର କରିବାକୁ ଚିତ୍କାର କରିବାରୁ ଏହି ଘଟଣା ସମ୍ପର୍କରେ ଜଣା ପଡ଼ିଥିଲା । ମହିଳା ଜଣଙ୍କ ସ୍ଥାନୀୟ ବାସିନ୍ଦା ତଥା ପୋଲିସ ସାହାଯ୍ୟରେ ଉଦ୍ଧାର ହୋଇଥିଲେ । ତେବେ ଦମକଳ ବାହିନୀର ସାହାଯ୍ୟରେ ଘରର କବାଟ ଭାଙ୍ଗି ମହିଳାଙ୍କୁ ମୂମୃଷୁ ଅବସ୍ଥାରେ ଉଦ୍ଧାର କରାଯାଇଥିଲା ।

ମହିଳାଙ୍କୁ ଉଦ୍ଧାର କରାଯିବା ସମୟରେ ମହିଳାଙ୍କ ଯୌନାଙ୍ଗରୁ ରକ୍ତ କ୍ଷରଣ ହେବା ସହିତ ସେ ଯନ୍ତ୍ରଣାରେ ଅସହ୍ୟ କଷ୍ଟ ଅନୁଭବ କରୁଥିବା ସୂଚନା ମିଳିଛି । ତାଙ୍କୁ ତୁରନ୍ତ ନିକଟସ୍ଥ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ନିମନ୍ତେ ପଠାଯାଇଥିଲା ଏବଂ ପରେ ତାଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରୀତ କରାଯାଇଛି ।

ସୂଚନାନୁଯାୟୀ, କଲିକତା ହାଓଡ଼ା ଅଞ୍ଚଳର ଏହି ମହିଳାଙ୍କ ଜଣେ ସମ୍ପର୍କୀୟ ତାଙ୍କୁ ଏଠାରେ ଚାକିରି ଦେବା ବାହାନାରେ ଆଣି ଗୋଟିଏ କୋଠରୀରେ ରଖିଥିଲେ ।

ଇତିମଧ୍ୟରେ, ଏହି ଘଟଣାରେ ସମ୍ପୃକ୍ତ ମୁଖ୍ୟ ଆସାମୀକୁ ଚିହ୍ନଟ କରିଛନ୍ତି ପୋଲିସ ଏବଂ ମହିଳାଙ୍କ କହିବାନୁଯାୟୀ ଅଭିଯୁକ୍ତମାନଙ୍କୁ ଧରିବାକୁ ପୋଲିସ ଛାନଭିନ ଆରମ୍ଭ କରିଦେଇଛି । ସଂପୃକ୍ତ ଘରମାଲିକ ଓ ଯେଉଁ ମହିଳା ତାଙ୍କୁ ଓଡ଼ିଶାକୁ ଚାକିରି ଦେବାକୁ ଆଣିଥିଲେ ସେମାନେ ଏହି ଘଟଣା ପରେ ଫେରାର ହୋଇଯାଇଛନ୍ତି ।

Leave A Reply

Your email address will not be published.