Latest Odisha News

ଇତିହାସ ପାଲଟିବ କୋଲକାତାର ହଳଦିଆ ଟ୍ୟାକ୍ସି

କୋଲକାତା: କୋଲକାତା ସହର କଥା ଆସିଲା ମାନେ ହିଁ ହାୱାଡା ବ୍ରିଜ୍, ଇଡେନ୍ ଗାର୍ଡେନ ଓ ହଳଦିଆ ଟ୍ୟାକ୍ସି ମନେ ପଡିଯାଏ। ହେଲେ ବର୍ତ୍ତମାନ ସହରର ରାସ୍ତାରୁ ଏହି ଟ୍ୟାକ୍ସିକୁ ହଟାଇ ଦିଆଯିବ।

ବର୍ତ୍ତମାନ କୋଲକାତା ସହରରେ ପ୍ରାୟ ୭୦୦୦ ଟ୍ୟାକ୍ସି ଚାଲୁଛି। ତେବେ ଏଥିମଧ୍ୟରୁ ୪୫୦୦ ଟ୍ୟାକ୍ସି ୧୫ ବର୍ଷ ପୁରୁଣା ହୋଇଥିବା ବେଳେ ନିୟମ ଯୋଗୁଁ ଚଳିତବର୍ଷ ପ୍ରାୟ ବନ୍ଦ ହୋଇ ସାରିଲାଣି।ଅପରପକ୍ଷରେ ହିନ୍ଦମୋଟର୍ ପୂର୍ବରୁ ହିଁ ଏହି ଆମ୍ବାସେଡର କାର ନିର୍ମାଣ ବନ୍ଦ କରିସାରିଲାଣି। ଫଳସ୍ୱରୂପ କୋଲକାତା ରାସ୍ତାରୁ ଏହି ଟ୍ୟାକ୍ସିଗୁଡ଼ିକ ଧୀରେ ଧୀରେ ଅଦୃଶ୍ୟ ହେବାରେ ଲାଗିଲାଣି।

୨୦୦୮ରେ କଲିକତା ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ଗାଡି଼ ଗୁଡିକ ୧୫ ବର୍ଷ ପୁରୁଣା ହୋଇଗଲେ କୌଣସି ବି ବ୍ୟବସାୟିକ ଯାନ ଚାଲିପାରିବ ନାହିଁ। ତେବେ ଏହି ନିୟମ ଅନୁସାରେ ଚଳିତ ବର୍ଷ ପ୍ରାୟ ୪୫୦୦ ଟ୍ୟାକ୍ସି ବନ୍ଦ ହେବାକୁ ଯାଉଛି। ସେହିପରି ଆସନ୍ତା ବର୍ଷ ଆହୁରି ୨୫୦୦ ଟ୍ୟାକ୍ସି ମଧ୍ଯ ଏହି ଲିଷ୍ଟରେ ସାମିଲ ହେବାକୁ ଯାଉଛି। ଏଭଳି ସ୍ଥଳେ ଗାଡି ଗୁଡିକ ଖୁବଶୀଘ୍ର ଇତିହାସ ପାଲଟିଯିବ।

 

 

Comments are closed.