Latest Odisha News

BREAKING NEWS

କୋଣାର୍କ ସୂର୍ଯ୍ୟ ମନ୍ଦିର ସଂରକ୍ଷଣ ଓ ମରାମତି ମାମଲାର ଶୁଣାଣି ଘୁଞ୍ଚିଲା

କଟକ: କୋଣାର୍କ ସୂର୍ଯ୍ୟ ମନ୍ଦିର ସଂରକ୍ଷଣ ଓ ମରାମତି ମାମଲାର ଶୁଣାଣି ଘୁଞ୍ଚିଲା। ହାଇକୋର୍ଟ ମାମଲାର ଶୁଣାଣିକୁ ଜୁଲାଇ ୧୦ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି।

ଗୁରୁବାର ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଗୌରୀଶଙ୍କର ଶତପଥୀଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରିଥିଲେ। କୋଣାର୍କ ଜଗମୋହନରୁ ବାଲି କଢାଯିବା ପ୍ରସଂଗରେ ଗ୍ରହଣ କରାଯାଇଥିବା ନିଷ୍ପତ୍ତି ଅନୁସାରେ କାର୍ଯ୍ୟ ଚାଲିଛି ବୋଲି ହାଇକୋର୍ଟରେ ତର୍କ ରଖାଯାଇଥିଲା। ଏଭଳି ସ୍ଥିତି ଥିବାରୁ ହାଇକୋର୍ଟ ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୧୦କୁ ଧାର୍ଯ୍ୟ କରିଛନ୍ତି।

ସୂଚନା ଥାଉକି, ୨୦୧୬ରେ କୋଣାର୍କ ମନ୍ଦିର ପରିସରରେ ପାଣି ଜମିବା ଓ ମରାମତି ପ୍ରସଙ୍ଗକୁ ନେଇ ହାଇକୋର୍ଟରେ ମାମଲା ଦାୟର ହୋଇଥିଲା। ସେବେଠାରୁ ଏହାର ଶୁଣାଣି ଜାରି ରହିଛି।  ଆମିକସ୍ କ୍ୟୁରୀ ଇଂଜିନିୟର ଏନ.କେ.ମହାନ୍ତି ଏହି ମାମଲା ପରିଚାଳନା କରୁଛନ୍ତି।

Comments are closed.