Latest Odisha News

BREAKING NEWS

ଖୋଲିଲା ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର, ପର୍ଯ୍ୟଟକ ଭାରି ଖୁସି

ପୁରୀ: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । କରୋନା ଓ ଲକଡାଉନ୍ ଯୋଗୁ ୬ ମାସ ହେବ ବନ୍ଦ ଥିବା ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ଆଜିଠୁ ଖୋଲିଛି । ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ଏହି ସୂଚନା ମିଳିଛି ।

ଆଜି ସକାଳ ୬ଟାରୁ ସୂର୍ଯ୍ୟ ମନ୍ଦିର ମୁଖ୍ୟ ଫାଟକ ଖୋଲା ଯାଇଥିଲା । ଦିନକୁ ଅଢ଼େଇ ହଜାର ପର୍ଯ୍ୟଟକ ମନ୍ଦିର ବୁଲି ପାରିବେ । ଏଥିପାଇଁ ଅନୁମତି ମିଳିଛି ।

ତେବେ କୋଭିଡ୍ ଗାଇଡଲାଇନକୁ ସମସ୍ତେ କଡ଼ାକଡ଼ି ପାଳନ କରିବେ । ପ୍ରବେଶ ପଥରେ ଥର୍ମାଲ ସ୍କ୍ରିନିଂ କରାଯାଉଛି । ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ନହେଲେ ପ୍ରବେଶ ଅନୁମତି ନାହିଁ । ସାନିଟାଇଜର ବ୍ୟବସ୍ଥା ବି ହୋଇଛି । ସମସ୍ତେ ମାନିବେ ସାମାଜିକ ଦୂରତା ନିୟମ ।

କରୋନା କଟକଣା ଯୋଗୁ ମାର୍ଚ୍ଚ ୧୬ ତାରିଖରୁ ବନ୍ଦ ରହିଥିଲା କୋଣାର୍କ ସୂର‌୍ୟ୍ୟ ମନ୍ଦିର । ଏବେ ୬ ମାସ ପରେ ଖୋଲିଥିବାରୁ ପର୍ଯ୍ୟଟକଙ୍କ ମହଲରେ ଖୁସିର ମାହୋଲ ଦେଖିବାକୁ ମିଳିଛି ।

Leave A Reply

Your email address will not be published.