Latest Odisha News

BREAKING NEWS

ମୃତ୍ୟୁ ପରେ ଆତ୍ମା ପାଇଁ କେତେ ଜରୁରୀ ଶ୍ରାଦ୍ଧ, ଜାଣନ୍ତୁ

ଭୁବନେଶ୍ୱର: ଶରୀର ତ୍ୟାଗ କରିବା ପରେ କେଉଁଆଡ଼େ ଯାଏ ଆତ୍ମା? ସତରେ କଣ ଏହା ଯମ ଲୋକ ବା ସ୍ୱର୍ଗ ଲୋକ ଯାଇଥାଏ ? ସତରେ କଣ ଆତ୍ମାର ମୃତ୍ୟୁ ନାହିଁ? ବ୍ୟକ୍ତିର ମୃତ୍ୟୁ ପରେ ପରିବାର ଲୋକେ ଦେଉଥିବା ଶ୍ରାଦ୍ଧ ତର୍ପଣ ଏକ ମୃତ ଆତ୍ମର କ’ଣ ବା କାର୍ଯ୍ୟରେ ଆସିବ । ଏଭଳି ଅନେକ ପ୍ରଶ୍ନ ବେଳେ ବେଳେ ମନକୁ ଆନ୍ଦୋଳିତ କରିଥାଏ । ତେବେ ଆସନ୍ତୁ ଏହି ପ୍ରଶ୍ନର ଉତ୍ତର ଖୋଜିବା…

ଶାସ୍ତ୍ର କହେ ଆତ୍ମା ଅମର, ତାହାର ମୃତ୍ୟୁ ନାହିଁ । ମଣିଷ ପୋଷାକ ବଦଳାଇବା ପରି ଆତ୍ମା ଶରୀର ବଦଳାଇଥାଏ। ତେବେ ମନରେ ପ୍ରଶ୍ନ ଆସେ ଆତ୍ମା ଯଦି ଗୋଟିଏ ଶରୀର ବଦଳାଇ ଆଉ ଏକ ଶରୀରରେ ପ୍ରବେଶ କରେ ତେବେ ଆତ୍ମା ଶାନ୍ତି ପାଇଁ ହେଉଥିବା ଏହି ଶ୍ରାଦ୍ଧ ପୁଣି କଣ ପାଇଁ?

ବେଦ ଅନୁଯାୟୀ, ଶରୀର ଛାଡିବା ପରେ ଯେଉଁମାନେ ତପ ଧ୍ୟାନ କରିଥାନ୍ତି ସେମାନେ ବ୍ରହ୍ମରେ ଲୀନ ହୋଇଯାଆନ୍ତି । ମୃତ ଶରୀର ତ୍ୟାଗ କରି ଆତ୍ମା ପୁନର୍ଜନ୍ମ ମଧ୍ୟ ଲାଭ କରିଥାଏ । ଜୀବିତ ବ୍ୟକ୍ତିର କର୍ମ ଅନୁଯାୟୀ ଏହାକୁ ଯୋନିରେ ସ୍ଥାନ ମିଳିଥାଏ । ଭଲ କର୍ମ କରିଥିଲେ ଦେବଲୋକ ନହେଲେ ନର୍କ ଲୋକ। ଆହୁରି ମଧ୍ୟ କୁହାଯାଇଛି ଆମେ ଅଗ୍ନିକୁ ଦେଉଥିବା ଅନ୍ନ ଜଳକୁ ଅଗ୍ନି ଆମ ପିତୃ ପୁରୁଷଙ୍କ ପାଖରେ ପହଞ୍ଚାଇ ତାଙ୍କୁ ତୃପ୍ତ କରିଥାନ୍ତି ।

ମୃତ୍ୟୁ ପରେ ଆତ୍ମା ପ୍ରେତ ଯୋନିରେ ଯିବାକୁ ଖରାପ ବୋଲି ଧରାଯାଏ । ଶ୍ରାଦ୍ଧ ଓ ତର୍ପଣ ଦ୍ୱାରା ପିତୃପୁରୁଷଙ୍କୁ ମୁକ୍ତି ମିଳିବାରେ ସହାୟତା ହୋଇଥାଏ । ଆମର ଯେଉଁ ପୂର୍ବଜମାନେ ପିତୃଲୋକ ଯାଇ ପାରନ୍ତି ନାହିଁ କିମ୍ବା ପୁନର୍ଜନ୍ମ ଲାଭ କରି ନଥାନ୍ତି ଏପରି ଅତୃପ୍ତ ଆତ୍ମାର ମୁକ୍ତି ଲାଗି ଶ୍ରାଦ୍ଧ ତର୍ପଣ ଓ ପିଣ୍ଡଦାନ ଆଦି କରାଯାଇଥାଏ । ଏଭଳି କରିବା ଦ୍ୱାରା ଆତ୍ମା ପ୍ରେତ ଯୋନିରୁ ମୁକ୍ତି ପାଇ ମନୁଷ୍ୟ ଯୋନିରେ ଜନ୍ମ ନେଇଥାଏ ।

କୁହାଯାଏ ସ୍ୱର୍ଗଲୋକରେ ଆତ୍ମା ପହଞ୍ଚିବା ଅତି ସୈାଭାଗ୍ୟର କଥା । ସେଠାରେ ଆତ୍ମା ପହଞ୍ଚିବା ପରେ ସମସ୍ତ ଶୋକ ସନ୍ତାପରୁ ମୁକ୍ତ ହୋଇ କିଛି କାଳ ରହିବା ପରେ ପୁର୍ନବାର ମଣିଷ ଯୋନିରେ ଜନ୍ମ ନେଇଥାଏ । ଯେତେବେଳେ ଆମର ଏଠି ପିତୃପକ୍ଷ ଆରମ୍ଭ ହୁଏ ଆମର ପତୃଲୋକ ତାଙ୍କର ବଂଶଜକୁ ଦେଖିବା ପାଇଁ ଧରାପୃଷ୍ଠକୁ ଆସିବା ସହ ଶ୍ରାଦ୍ଧ ଗ୍ରହଣ କରି ଆଶିର୍ବାଦ ଦେଇ ଯାଇଥାନ୍ତି ବୋଲି ବିଶ୍ୱାସ ରହିଛି ।

Leave A Reply

Your email address will not be published.