Latest Odisha News

BREAKING NEWS

ଏଲ୍ଏଲସି: ମଣିପାଲ ଟାଇଗର୍ସକୁ ପରାସ୍ତ କରି ବିଜୟ ଅଭିଯାନ ଆରମ୍ଭ କଲା କୋଣାର୍କ ସୂର୍ଯ୍ୟ ଓଡ଼ିଶା

ଯୋଧପୁର: କୋଣାର୍କ ସୂର୍ଯ୍ୟସ୍ ଓଡ଼ିଶା, ଲିଜେଣ୍ଡସ ଲିଗ୍ କ୍ରିକେଟରେ ପ୍ରଥମ ବିଜୟ ହାସଲ କରିବା ସହ ଡିଫେଣ୍ଡିଂ ଚାମ୍ପିୟନ ମଣିପାଲ ଟାଇଗର୍ସକୁ ମାତ୍ର ୨ ରନ୍ ରେ ପରାସ୍ତ କରିଛି।

ଯଦିଓ ଏହା କମ୍ ସ୍କୋରିଂ ମ୍ୟାଚ୍ ଥିଲା, ତଥାପି ଉଭୟ ଦଳ ଦମଦାର ବୋଲିଂ ପ୍ରଦର୍ଶନ କରିଥିଲେ। ଶେଷରେ କୋଣାର୍କ ସୂର୍ଯ୍ୟ ଓଡ଼ିଶା ବିଜୟୀ ହୋଇଛି।

ଟସ୍ ହାରି ବ୍ୟାଟିଂ କରିବା ପରେ କୋଣାର୍କ ସୂର୍ଯ୍ୟ ଓଡ଼ିଶା ପକ୍ଷରୁ ରିଚାର୍ଡ ଲେଭି ଓ ଅମ୍ବାତି ରାୟୁଡୁ ଓପନିଂ କରିଥିଲେ। ରାୟୁଡୁ ୮ ରନ୍ କରି ଆଉଟ୍ ହେବା ପରେ ଦଳ ୩.୩ ଓଭରରେ ୩ ୱିକେଟ୍ ହରାଇ ୨୮ ରନ୍ କରିଥିଲା। ଲେଭି ୬ ରନ୍ କରିଥିବା ବେଳେ କେଭିନ୍ ଓ’ବ୍ରାଏନ୍ ୫ ବଲ୍ ରୁ ୬ ରନ୍ ଯୋଡ଼ିଥିଲେ।

ଦିଲଶାନ ମୁନାବୀରା ଷ୍ଟମ୍ପିଂ ହେବା ପୂର୍ବରୁ ୧୧ ରନ୍ କରିପାରିଥିଲେ। ଅଧିନାୟକ ଇରଫାନ ପଠାନ ୧୮ ରନ୍ କରିଥିବା ବେଳେ ୟୁସୁଫ ପଠାନ ଓ ରାଜେଶ ବିଷ୍ନୋଇ ୩ଟି ଲେଖାଏଁ ରନ୍ କରିଥିଲେ। ରସ୍ ଟେଲର ୧୪ ରନ୍ ଯୋଡ଼ିଥିବା ବେଳେ ଶେଷରେ ନବୀନ ଷ୍ଟୁଆର୍ଟ ୧୭ ରନ୍ କରିଥିବା ବେଳେ ବିନୟ କୁମାର ୧୧* ରନ୍ କରି ଅପରାଜିତ ରହିଥିଲେ।

୨୦ ଓଭର ପରେ ଓଡ଼ିଶା ୯ ୱିକେଟ୍ ହରାଇ ୧୦୪ ରନ୍ କରିଥିଲା।

ମଣିପାଲ ଟାଇଗର୍ସ ପକ୍ଷରୁ ଓବୁସ୍ ପିନାର ୪ ଓଭରରେ ୧୦ ରନ୍ ଦେଇ ୨ ୱିକେଟ୍ ନେଇଥିଲେ। ଅନୁରିତ ସିଂହ ୪ ଓଭରରେ ୨୬ ରନ୍ ଦେଇ ୨ ୱିକେଟ୍ ନେଇଥିଲେ। ଅଧିନାୟକ ହରଭଜନ ସିଂହ, ଶେଲଡନ୍ କଟ୍ରେଲ, ରାହୁଲ ଶୁକ୍ଳା ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।

୧୦୬ ରନର ଟାର୍ଗେଟକୁ ପିଛା କରୁଥିବା ମଣିପାଲ ଟାଇଗର୍ସ ରବିନ ଉଥାପ୍ପାଙ୍କ ସମେତ ପ୍ରାରମ୍ଭିକ ଓ୍ଵିକେଟ୍ ହରାଇ ସଂଘର୍ଷ କରିଥିଲା। ଦଳ ୨.୫ ଓଭରରେ ୪ ରନରେ ୩ ଓ୍ୱିକେଟ୍ ହରାଇ ଥିଲା। ଆଉଟ୍ ହେବା ପୂର୍ବରୁ ମନୋଜ ତିୱାରୀ ୨ ରନ୍ କରିଥିବା ବେଳେ ସୌରଭ ତିୱାରୀ ମାତ୍ର ୫ ରନ୍ ଯୋଡ଼ିଥିଲେ।

ଆସିଲା ଗୁନାରତ୍ନେ ୧୫ ରନ୍ କରିଥିବା ବେଳେ ଡାନିଏଲ କ୍ରିଷ୍ଟିଆନ୍ (୩୦) ଓ ଓବୁସ୍ ପିନାର (୩୪) ସପ୍ତମ ୱିକେଟ୍ ପାଇଁ ୪୯ ରନ୍ ଯୋଡ଼ିଥିଲେ ମଧ୍ୟ ବିଜୟ ସୁନିଶ୍ଚିତ କରିବା ପାଇଁ ଏହା ଯଥେଷ୍ଟ ନଥିଲା।

କୋଣାର୍କ ସୂର୍ଯ୍ୟ ଓଡ଼ିଶା ପକ୍ଷରୁ ଶବାଜ ନଦୀମ, ଦିଲଶାନ ମୁନାବୀରା ଓ ବିନୟ କୁମାର ୨ଟି ଲେଖାଏଁ ୱିକେଟ୍ ନେଇଥିଲେ। ବେନ୍ ଲାଫ୍ଲିନ୍ ଓ ଇରଫାନ୍ ପଠାନ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।

ମ୍ୟାଚ୍ ର ଲିଜେଣ୍ଡ: ବିନୟ କୁମାର

ମ୍ୟାଚ୍ ର ଶ୍ରେଷ୍ଠ ଖେଳାଳି: ନବିନ ଷ୍ଟୁଆର୍ଟ

Leave A Reply

Your email address will not be published.