Latest Odisha News

ଲିଜେଣ୍ଡସ ଲିଗ କ୍ରିକେଟ: କୋଣାର୍କ ସୂର୍ଯ୍ୟାସ ଓଡିଶାର ଦ୍ୱିତୀୟ ବିଜୟ

ଜମ୍ମୁ: ଚଳିତ ଲିଜେଣ୍ଡସ ଲିଗ କ୍ରିକେଟରେ କୋଣାର୍କ ସୂର୍ଯ୍ୟାସ ଓଡିଶା ଦ୍ୱିତୀୟ ବିଜୟ ହାସଲ କରିଛି । ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ କୋଣାର୍କ ସୂର୍ଯ୍ୟାସ ୫ ରନରେ ଇଣ୍ଡିଆ କ୍ୟାପିଟାଲ୍ସକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି କୋଣାର୍କ ସୂର୍ଯ୍ୟାସ ୨୦ ଓଭରରେ ୪ ୱିକେଟ ହରାଇ ୧୨୭ ରନ ସଂଗ୍ରହ କରିଥିଲା । କେଭିନ ଓ ବ୍ରେନ ୪୬ ବଲରୁ ୫୫ ରନ ସଂଗ୍ରହ କରି ଅପରାଜିତ ରହିଥିଲେ । ଦିଲଶାନ ମୂନାୱିରା ୩୩ ଓ ୟୁସୁଫ ପଠାନ ୧୨ ରନ କରିଥିଲେ । ଇଣ୍ଡିଆ କ୍ୟାପିଟାଲ୍ସ ପକ୍ଷରୁ ସବୁଠାରୁ ସଫଳ ବୋଲର ଭାବେ ଇକବଲ ଅବଦୁଲ୍ଲା ୧୬ ରନରେ ୩ଟି ୱିକେଟ ନେଇଥିଲେ । ୧୨୮ ରନର ଲକ୍ଷ୍ୟକୁ ପିଛା କରି ଇଣ୍ଡିଆ କ୍ୟାପିଟାଲ୍ସ ନିର୍ଦ୍ଧାରିତ ଓଭରରେ ୭ ୱିକେଟ ହରାଇ ୧୨୨ ରନ କରିବାକୁ ସକ୍ଷମ ହୋଇଥିଲା ।

ଭାରତ ଚିପଲି ୪୮ ବଲରୁ ୬୧ ରନ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ । ବ୍ୟତୀତ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ କୋଣାର୍କ ସୂର୍ଯ୍ୟାସ ବୋଲରଙ୍କ ଉଚିତ ମୁକାବିଲା କରିପାରି ନ ଥିଲେ । ଇଆନ ବେଲ ୧୦, ଡ୍ୱେନ ସ୍ମିଥ ୦, ଫେଜ ଫଜଲ ୯ରନ କରିଥିଲେ । ଭାରତ ଓ ବେଲଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ ।

ଦିୱେଷ ପଠାନିଆ, କେଭନ କୁପର, ଶାହାବାଜ ନଦୀମ, ପ୍ରବୀଣ ଟାମ୍ବେ, କେପି ଆପାନ୍ନା ଓ ୟୁସୁଫ ପଠାନ ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । କେଭିନ ଲିଜେଣ୍ଡ ଅଫ ଦି ମ୍ୟାଚ ଘୋଷିତ ହୋଇଥିଲେ । ଏହି ବିଜୟ ସହ କୋଣାର୍କ ସୂର୍ଯ୍ୟାସ ୫ଟି ମ୍ୟାଚରୁ ୬ ପଂଏଟ ହାସଲ କରି ଦ୍ୱିତୀୟ ସ୍ଥାନରେ ରହିଛି ।

Leave A Reply

Your email address will not be published.