Latest Odisha News

ଲେଜେଣ୍ଡସ୍ ଲିଗ୍ କ୍ରିକେଟ୍ ୨୦୨୪ ଫାଇନାଲରେ କୋଣାର୍କ ସୂର୍ଯ୍ୟାସ ଓଡିଶା

ଶ୍ରୀନଗର: ଶ୍ରୀନଗରର ବକ୍ସୀ ଷ୍ଟାଡିୟମରେ ଖେଳାଯାଇଥିବା ଗତକାଲିର ରୋମାଞ୍ଚକର ମ୍ୟାଚରେ ଟୋୟାମ ହାଇଦ୍ରାବାଦକୁ ୧ ରନରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି କୋଣାର୍କ ସୂର୍ଯ୍ୟାସ ଓଡିଶା। ଆସନ୍ତା ୧୬ ଅକ୍ଟୋବରରେ ଶ୍ରୀନଗରର ବକ୍ସୀ ଷ୍ଟାଡିୟମରେ ସଦର୍ନ ସୁପରଷ୍ଟାର ବିପକ୍ଷରେ ଫାଇନାଲ ମ୍ୟାଚ ଖେଲିବ କୋଣାର୍କ ସୂର୍ଯ୍ୟାସ ଓଡିଶା।

ଟସ୍ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତି ନେଇଥିଲା ଟୋୟାମ ହାଇଦ୍ରାବାଦ । କେଏସଓ ପାଇଁ ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିଲେ ରିଚାର୍ଡ ଲେଭି ଏବଂ ଦିଲ୍ଶାନ୍ ମୁନାୱୀରା। ୯ ବଲରେ ୬ ରନ୍ କରି ଲେଭି ଆଉଟ ହେଇଥିବା ବେଳେ ୧୮ ବଲରେ ୧୮ ରନ୍ କରିଥିଲେ ମୁନାୱୀରା । ସେହିପରି ୪ ବଲରେ ୧୨ ରନ୍ କରିଥିଲେ ୟୁସୁଫ ପଠାନ । କେଭିନ୍ ଓ’ବ୍ରାଇନ୍ ଏବଂ ଅଧିନାୟକ ଇରଫାନ୍ ପଠାନ୍ ମିଶି ପଞ୍ଚମ ୱିକେଟରେ ୭୯ ରନ୍ କରିଥିଲେ । ୩୯ ବଲରେ ୫୦ ରନ କରି ଆଉଟ ହେଇଥିଲେ କେଭିନ୍ । ଇନିଂସ ଶେଷରେ, କେଏସଓ ଦଳ ୧୫୬/୫ ସ୍କୋର କରିଥିଲା।

ଅନ୍ୟପଟେ ୧୫୭ ରନର ଲକ୍ଷ୍ୟ ରଖି ମଦାନକୁ ଓହ୍ଲାଇଥିଲା ଟୋୟାମ ହାଇଦ୍ରାବାଦ । ଇନିଙ୍ଗ୍ସ ଓପନ୍ କରିବାକୁ ଆସିଥିଲେ ଚ୍ୟାଡ୍ୱିକ୍ ୱାଲ୍ଟନ୍ ଏବଂ ଜର୍ଜ୍ ଓର୍କର୍ । ୱାଲ୍ଟନ୍ ୧୩ ବଲରେ ୧୦ ରନ୍ ଏବଂ ଓର୍କର୍ ୧୦ ବଲରେ ୮ ରନ୍ କରିଥିଲେ। ପୀଟର୍ ଟ୍ରେଗୋ ୧୨ ବଲରେ ୧୫ ରନ୍ କରି ଆଉଟ ହୋଇଥିଲେ । ରିକ୍କି କ୍ଲାର୍କ୍ ୪୪ ବଲରେ ୬୭ ରନ୍ କରିଥିଲେ । ଅଧିନାୟକ ଗୁକୀରତ୍ ସିଂହ ମାନ୍ ୨୫ ବଲରେ ୨୭ କରିଥିଲେ । ଟୋୟାମ ହାଇଦ୍ରାବାଦ ୨୦ ଓଭର୍ ଖେଳି ୧୫୫/୬ କରିପାରିଥିଲେ ।

Leave A Reply

Your email address will not be published.