Latest Odisha News

କୋଣାର୍କ ସୂର୍ଯ୍ୟାସ ଓଡିଶା-ସଦର୍ଣ୍ଣ ସୁପରଷ୍ଟାର୍ସ ମଧ୍ୟରେ ହେବ କଡ଼ା ଟକ୍କର

ସୁରଟ: ଅକ୍ଟୋବର ୨ରେ ସୁରଟର ଲାଲାବାଇ କଣ୍ଟ୍ରାକ୍ଟର ଷ୍ଟାଡିୟମରେ ମୁହାଁମୁହିଁ ହେବେ କୋଣାର୍କ ସୂର୍ଯ୍ୟାସ ଓଡିଶା ଓ ସଦର୍ଣ୍ଣ ସୁପରଷ୍ଟାର୍ସ।  କୋଣାର୍କ ସୂର୍ଯ୍ୟାସ ଓଡିଶା ଓଡ଼ିଶା ଦଳର ଶେଷ ଦୁଇଟି ମ୍ୟାଚ୍ ବର୍ଷା ହେତୁ ବାତିଲ ହୋଇଥିଲା । ଦଳ ବର୍ତ୍ତମାନ ସୁଦ୍ଧା, ୩ଟି ମ୍ୟାଚରୁ ୪ ପଏଣ୍ଟ ସହିତ ପଏଣ୍ଟ ଟେବୁଲରେ ଦ୍ୱିତୀୟ ସ୍ଥାନରେ ରହିଛି । ସେପଟେ ୩ଟି ମ୍ୟାଚରୁ ୬ ପଏଣ୍ଟ ହାସଲ କରି ସଦର୍ଣ୍ଣ ସୁପରଷ୍ଟାର୍ସ ପଏଣ୍ଟ ଟେବୁଲରେ ପ୍ରଥମ ସ୍ଥାନରେ ରହିଛି । ପ୍ରାୟ ଚାରି ଦିନର ଲଗାତାର ବର୍ଷା ପରେ ବର୍ତ୍ତମାନ ପାଗ ଭଲ ରହିଛି । ତେବେ ବୁଧବାର ବର୍ଷା କମ୍ ହେବାର ସମ୍ଭାବନା ଅଛି । ସେପଟେ କ୍ରିକେଟ୍ ପ୍ରେମୀ ପୂରା ଖେଳ ଦେଖିବାର ଆଶା ରଖିଛନ୍ତି, ଯେଉଁଥିରେ ଲିଗ୍‌ର ଶ୍ରେଷ୍ଠ ଦୁଇ ଦଳ ମଧ୍ୟରେ କଡ଼ା ଟକ୍କର ହେବାକୁ ଯାଉଛି ।

କୋଣାର୍କ ସୂର୍ଯ୍ୟାସ ଓଡିଶା: ଇରଫାନ୍ ପଠାନ୍ (ଅଧିନାୟକ), ୟୁସୁଫ୍ ପଠାନ୍, ଶାହବାଜ୍ ନଦୀମ୍, ବିନୟ କୁମାର୍, ଫିଡେଲ୍ ଏଡୱାର୍ଡସ୍, କେଭିନ୍ ଓ’ବ୍ରାଇନ୍, ପ୍ରବୀଣ ତାମ୍ବେ, ବେନ୍ ଲଫଲିନ୍, ଅମ୍ବାନ୍ତି ରାୟୁଡୁ, ନବୀନ ଷ୍ଟିୱାର୍ଟ, ରସ୍ ଟେଲର୍, ରିଚାର୍ଡ୍ ଲେଭି, ଦିଲସାନ୍ ମୁନାୱେରା, କେପି ଅପାନ୍ନା, ଦିୱେଶ୍ ପାଥାନିଆ, ରାଜେଶ ବିଷ୍ନୋଇ, ନଟରାଜ ବେହେରା।

ସଦର୍ଣ୍ଣ ସୁପର ଷ୍ଟାର୍ସ:ଦୀନେଶ କାର୍ତ୍ତିକ (ଅଧିନାୟକ), ମାର୍ଟିନ ଗପ୍ଟିଲ୍, ଶ୍ରୀଭତ୍ସ ଗୋସ୍ୱାମୀ, ପାର୍ଥୀବ ପଟେଲ, କେଦାର ଯାଦବ, ପୱନ ନେଗୀ, ହାମିଲ୍ଟନ୍ ମସାକାଦଜା, ଚତୁରଙ୍ଗା ଡି ସିଲଭା, ସୁରଙ୍ଗା ଲକମଲ୍, ଅବଦୁର ରଜ୍ଜାକ, ହମିଦ ହସନ, ଜୀବନ ମେଣ୍ଡିସ୍, ରବିନ୍ ବିଷ୍ଟ, ଜେସଲ କାରିଆ, ଚିରାଗ ଗାନ୍ଧି, ମୋନୁ କୁମାର, ସୁବୋଥ ଭାଟି, ଏଲଟନ୍ ଚିଗୁମ୍ବୁରା

Leave A Reply

Your email address will not be published.