Latest Odisha News

BREAKING NEWS

ଆଜିଠୁ ପର୍ଯ୍ୟଟକଙ୍କ ଲାଗି ଖୋଲିଲା କୋଣାର୍କ ‘ସୂର୍ଯ୍ୟ ମନ୍ଦିର’

କୋଣାର୍କ : ପ୍ରଳୟଙ୍କରୀ ବାତ୍ୟା ଫନି ପ୍ରଭାବରେ ବନ୍ଦ ଥିବା ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ଆଜି ପୁଣି ଥରେ ପର୍ଯ୍ୟଟକଙ୍କ ଦର୍ଶନ ନିମନ୍ତେ ଖୋଲିଛି ।

ମନ୍ଦିର ଖୋଲାଯିବା ପରେ ଦୂରଦୂରାନ୍ତରୁ ପର୍ଯ୍ୟଟକମାନେ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିବାକୁ ଆସିଥିବାନେଇ ସୂଚନା ମିଳିଛି। ତେବେ ମନ୍ଦିର ଖୋଲିବା ପରେ ଏହାକୁ ନେଇ ପର୍ଯ୍ୟଟକ ମହଲରେ ଏକପ୍ରକାର ଖୁସୀର ଲହରୀ ଖେଳିଯାଇଛି ।

ସୂଚନାଯୋଗ୍ୟ, ବାତ୍ୟା ଫନି ପ୍ରଭାବରେ “ଏହି ପୁରାତନ ମନ୍ଦିର ପରିସର ମଧ୍ୟରେ ରହିଥିବା ପ୍ରାୟ ୨୦୦ରୁ ଅଧିକ ବୃକ୍ଷ ଉପୁଡ଼ିଯାଇଛି,” ଏବଂ ଏଏସଆଇ ଟିମ୍ ପକ୍ଷରୁ ମନ୍ଦିର ପରିସରକୁ ଭଲଭାବେ ପରିଷ୍କାର କରିବା ପରେ ହିଁ ପର୍ଯ୍ୟଟକଙ୍କ ଲାଗି ଏହା ପୁନର୍ବାର ଖୋଲିବ ବୋଲି ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ଭେର (ଏଏସଆଇ) ମହାନିର୍ଦ୍ଦେଶକ ଉଷା ଶର୍ମା ପୂର୍ବରୁ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ।

Leave A Reply

Your email address will not be published.