Latest Odisha News

BREAKING NEWS

ଟୋକିଓ ଅଲିମ୍ପିକ୍ସ: ପ୍ରଥମ ମହିଳା ଭାବେ ମଶାଲ ଶୋଭାଯାତ୍ରା ଆରମ୍ଭ କରିବେ କୋରାକାକି

ଟୋକିଓ: ଆଗାମୀ ଟୋକିଓ ଅଲିମ୍ପିକ୍ସ ପାଇଁ ଖୁବ୍ ଶୀଘ୍ର ମଶାଲ ଶୋଭାଯାତ୍ରା ଆରମ୍ଭ ହେବାକୁ ଯାଉଛି । ଗ୍ରୀସର ଅଲିମ୍ପିକ ପଦକ ବିଜେତା ଶୁଟର ଆନା କୋରାକାକି ପ୍ରଥମେ ମଶାଲ ଧରିବେ । ସେ ପ୍ରଥମ ମହିଳା ଆଥଲେଟ ଭାବେ ଏହି ସୌଭାଗ୍ୟର ଅଧିକାରୀ ହେବାକୁ ଯାଉଛନ୍ତି ।

ମାର୍ଚ୍ଚ ୧୨ରେ ପ୍ରାଚୀନ ଅଲିମ୍ପିଆରେ ମଶାଲ ପ୍ରଜ୍ଜ୍ୱଳିତ ଉତ୍ସବ ଆୟୋଜିତ ହେବ । ଏହା ପରେ ଏଠାରୁ ମଶାଲ ଶୋଭାଯାତ୍ରା ଟୋକିଓ ଅଭିମୁଖେ ଆରମ୍ଭ ହେବ ।

୨୦୧୬ ରିଓ ଅଲିମ୍ପିକ୍ସରେ କୋରାକାକି ଗୋଟିଏ ସ୍ୱର୍ଣ୍ଣ ଓ ଗୋଟିଏ ବ୍ରୋଞ୍ଜ ପଦକ ଜିତିଥିଲେ । ୨୦୧୮ରେ ସେ ବିଶ୍ୱ ଚାମ୍ପିୟନ ହୋଇଥିଲେ ।

Leave A Reply

Your email address will not be published.