Latest Odisha News

BREAKING NEWS

NonVeg Sales: ଗଣତନ୍ତ୍ର ଦିବସରେ ଆମିଷ ଖାଇବା ନିଷେଧ

କୋରାପୁଟ: ଗଣତନ୍ତ୍ର ଦିବସରେ ଆମିଷ ଖାଇବା ନିଷେଧ। କୋରାପୁଟ ଜିଲ୍ଲାରେ ଜାନୁଆରୀ ୨୬ରେ ଆମିଷ ବିକ୍ରି ବନ୍ଦ କରିବାକୁ ନିର୍ଦ୍ଦେଶ। ସମସ୍ତ ବିଡିଓ, ତହସିଲଦାର ଓ ନିର୍ବାହୀ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ। ଜାନୁଆରୀ ୨୬ରେ ଅନୁଷ୍ଠିତ ହେବାକୁ ଥିବା ୭୭ ତମ ଗଣତନ୍ତ୍ର ଦିବସରେ କୋରାପୁଟ ଜିଲ୍ଲାରେ ଆମିଷ ବିକ୍ରି ଉପରେ ଜିଲାପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି ।

କୋରାପୁଟ ଜିଲାପାଳ ମନୋଜ ସତ୍ୟବାନ ମହାଜନ ଶୁକ୍ରବାର ଏ ସମ୍ପର୍କରେ ଜିଲାର ସମସ୍ତ ବିଡିଓ, ତହସିଲଦାର ଓ ନିର୍ବାହୀ ଅଧିକାରୀ ମାନଙ୍କୁ ଚିଠି କରି ଏହା କଡାକଡି ଭାବେ ରୂପାୟନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜାନୁଆରୀ ୨୬ ସୋମବାର ଦିନ ଜିଲ୍ଲାର ସବୁ ଅଞ୍ଚଳରେ ଯେପରି ଛେଳି ମାଂସ, କୁକୁଡ଼ା ମାଂସ, ମାଛ, ଅଣ୍ଡା ଏବଂ ଅନ୍ୟାନ୍ୟ ଆମିଷ ଜାତୀୟ ଖାଦ୍ୟ ବିକ୍ରି ନହୁଏ ସେଥିପ୍ରତି କଡ଼ା ନଜର ରଖିବାକୁ ନିର୍ଦ୍ଦେଶ ହୋଇଛି ।

Leave A Reply

Your email address will not be published.