କୋରାପୁଟ : କୋରାପୁଟ କଂଗ୍ରେସରେ କନ୍ଦଳ । ପିସିସିଙ୍କ ବିରୋରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି କୋରାପୁଟ ଜିଲ୍ଲା କଂଗ୍ରେସ ସଭାପତି ମୀନାକ୍ଷୀ ବାହିନୀପତି । ବ୍ରବହାରରେ କ୍ଷୁବ୍ଧ ହୋଇ ସମର୍ଥକଙ୍କ ସହ ଦଳ ଛାଡିବାକୁ ଧମକ ଧମକ ଦେଇଛନ୍ତି ମୀନାକ୍ଷୀ ବାହିନୀପତି ।
ସେ କହିଛନ୍ତି, ଜିଲ୍ଲା ସଭାପତିଙ୍କ ବିରୋଧରେ ଗଣମାଧ୍ୟମରେ ମନ୍ତବ୍ୟ ଦେଇ ଶୃଙ୍ଖଳା ଭଙ୍ଗ କରିଥିବା ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ କୈଳାସ କୁଲେଶିକାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବଦଳର ତାଙ୍କୁ ପ୍ରଶୟ ଦିଆଯାଉଛି । ସେହିପରି ଜୟପୁର ବିଧାୟକଙ୍କୁ ନିନ୍ଦିତ କରିବାକୁ ଉଦ୍ୟମ କରାଯାଉଛି । ଏହାସହ କୋରାପୁଟ ସାଂସଦ ଡାକିଥିବା ସାମ୍ବାଦିକ ସମ୍ମିଳନୀରେ କୈଳାସ କୁଲେଶିକାକୁ ମଞ୍ଚରେ ବସିବାକୁ ଦିଆଯାଇଥିଲା ବେଳେ, ତାରା ବାହିନୀପତିଙ୍କୁ ଡକାଯାଇ ନଥିଲା ବୋଲି ଅଭିଯୋଗ କରିଛନ୍ତି ମୀନାକ୍ଷୀ ।
ତେବେ ଏନେଇ ପିସିସିଙ୍କୁ ପଚାରିବାରୁ ସେ ଓଲଟି ଅପମାନ ଜନକ ମନ୍ତବ୍ୟ ଦେଇଥିବା କହିଛନ୍ତି ମୀନାକ୍ଷୀ ବାହିନୀପତି । ଜିଲ୍ଲାରେ କଂଗ୍ରେସକୁ ଦୁର୍ବଳ କରିବାକୁ ଚକ୍ରାନ୍ତ ଚାଲିଥିବା ସେ ଅଭିଯୋଗ କରିଛନ୍ତି । ଯଦି ଏଭଳି ଚାଲେ, ତେବେ ସେ ନିଜ ସମର୍ଥକଙ୍କ ସହ କଂଗ୍ରେସରୁ ଇସ୍ତଫା ଦେବେ ବୋଲି କହିଛନ୍ତି ମୀନାକ୍ଷୀ ବାହିନୀପତି ।
Comments are closed.