Latest Odisha News

BREAKING NEWS

ସେପ୍ଟେମ୍ବର ପହିଲାରୁ ଖୋଲିବ ଲିଙ୍ଗରାଜ ମନ୍ଦିର

ଭୁବନେଶ୍ବର : ସେପ୍ଟେମ୍ବର ପହିଲାରେ ଖୋଲିବ ଲିଙ୍ଗରାଜଙ୍କ ମନ୍ଦିର । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶ୍ରୀଲିଙ୍ଗରାଜ ଟ୍ରଷ୍ଟ ବୋର୍ଡ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି । ବିଏମସିର କୋଭିଡ ଗାଇଡଲାଇନ୍ ଅନୁସାରେ ଲିଙ୍ଗରାଜ ମନ୍ଦିର ଖୋଲିବାକୁ ନିଷ୍ପତ୍ତ ନିଆଯାଇଛି । ବୈଠକରେ ମହାପ୍ରଭୁଙ୍କର ରୂପାର ପ୍ରଭା, ନୂଆ ବିମାନ ଓ ନୂଆ ପାଲିଙ୍କି ତିଆରି କରିବାକୁ ନିଷ୍ପତ୍ତି ହୋଇଛି ।

ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଶ୍ରୀ ଚନ୍ଦ୍ରଶେଖର, ମା ଭୁବନେଶ୍ବରୀ, ମା ପାର୍ବତୀଙ୍କ ପାଇଁ ତିନିଟି ରୂପାର ପ୍ରଭା ତିଆରି କରିବା ପାଇଁ ନିଷ୍ପତ୍ତି ହୋଇଛି । ଏହି ରୂପା ପ୍ରଭା ପାଇଁ ଆବଶ୍ୟକ ରୂପା ଓ ଆବଶ୍ୟକ ସମସ୍ତ ନିର୍ମାଣ ଖର୍ଚ୍ଚ ପାଇଁ ଶିବପ୍ରସାଦ ପଣ୍ଡା ଦେଇଥିବା ପ୍ରସ୍ତାବକୁ ଟ୍ରଷ୍ଟ ବୋର୍ଡ ଗ୍ରହଣ କରିଛି ।

ସେହିପରି ମହାପ୍ରଭୁଙ୍କର ଶତାଧିକ ବର୍ଷର ପୁରୁଣା ବିମାନ ଓ ପାଲିଙ୍କି ନୂଆ ତିଆରି କରିବା ପାଇଁ ଟ୍ରଷ୍ଟ ବୋର୍ଡ ନିଷ୍ପତ୍ତି ନେଇଛି । ଏହି ପାଲିଙ୍କି ଓ ବିମାନ ନିର୍ମାଣ କରିବାର ସମସ୍ତ ଖର୍ଚ୍ଚ ବହନ କରିବା ପାଇଁ ସୋଆ ବିଶ୍ବ ବିଦ୍ୟାଳୟ ଦେଇଥିବା ପ୍ରସ୍ତାବକୁ ଟ୍ରଷ୍ଟ ବୋର୍ଡ ଗ୍ରହଣ କରିଛି । ଲିଙ୍ଗରାଜ ମହାପ୍ରଭୁଙ୍କର ୧୨ ମାସରେ ଅନୁଷ୍ଠିତ ୧୪ ଯାତ୍ରାରେ କେବଳ ଅଶୋକାଷ୍ଟମୀ ରଥଯାତ୍ରାକୁ ବାଦ ଦେଲେ, ଅନ୍ୟ ସମସ୍ତ ଯାତ୍ରାରେ ଶ୍ରୀଜିଉମାନେ ବିମାନ ଓ ପାଲିଙ୍କିରେ ଯାତ୍ରା କରିଥାନ୍ତି । ଏହାଛଡା ମହାଶିବରାତ୍ରୀ ଦିନ ଶ୍ରୀ ଲିଙ୍ଗରାଜ, ମା ପାର୍ବତୀ ଓ ମା ଭୁବନେଶ୍ବରୀ ପାଲିଙ୍କିରେ ମନ୍ଦିର ବେଢ଼ା ପରିକ୍ରମା କରିଥାନ୍ତି ।

Leave A Reply

Your email address will not be published.