ମୁମ୍ବାଇ: କୋରିଆର ପ୍ରତିଷ୍ଠିତ ନିର୍ମାତା ହ୍ୟୁନଉ ଥୋମାସ କିମ ୧୦ ବର୍ଷ ହେବ ଭାରତୀୟ ଫିଲ୍ମ ସହିତ ଜଡିତ ହୋଇଛନ୍ତି । ତାଙ୍କର କ୍ରସ ପିକଚର ବ୍ୟାନରରେ ଟେନ, ଜାନେ ଜାଁ, ବ୍ଲାଇଣ୍ଡ ଓ ସାକିିନି ଡାକିନି ଫିଲ୍ମ ନିର୍ମିତ ହୋଇଛି । ଏବେ ସେ ଅକ୍ଷୟ କୁମାରଙ୍କ ସହ ଫିଲ୍ମ କରିବା ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି । ତାଙ୍କ କହିବା ଅନୁସାରେ ବାଲାଜୀ ମୋଶନ ପିକଚର ନାମକ କମ୍ପାନୀରୁ ତାଙ୍କ ପାଖକୁ କ୍ରମାଗତ ଇମେଲ ଆସୁଥିଲା । ସେମାନେ ଦି ଡେଭେଶନ ଅଫ ସସ୍ପେକ୍ଟ ଏକ୍ସର ହିନ୍ଦୀ ରିମେକ କରିବାକୁ ଆଗ୍ରହ ପ୍ରକାଶ କରୁଥିଲେ । ସୁଜୟ ଘୋଷ ଏହାର ନିର୍ଦ୍ଦେଶନା ଦେବେ ।
ଭାରତରେ ଫିଲ୍ମ ପାଇଁ ବଡ ମାର୍କେଟ ରହିଛି । ଏଠାକାର ନିର୍ଦ୍ଦେଶକ ଓ ଅଭିନେତା ଉଚ୍ଚସ୍ତରର ବୋଲି ସେ କହିଛନ୍ତି । ୨୦୧୪ରୁ ଅନୁରୋଧ ଆସୁଥିଲେ ମଧ୍ୟ ଏତେ ବିଳମ୍ବରେ ଏହି ଫିଲ୍ମ କରିବା କାରଣ ସମ୍ପର୍କରେ ପଚରାଯିବାରୁ ସେ କହିଥିଲେ, ୨୦୧୩ରେ ଦୃଶ୍ୟମ ଫିଲ୍ମ ରିଲିଜ ହୋଇଥିଲା । ଯାହାର ଷ୍ଟୋରୀ ପ୍ରାୟତଃ ଏହା ସହିତ ମିଶୁଥିଲା । ଅକ୍ଷୟ କୁମାର ରାଜି ହେଲେ ଆମେ ଖୁବ ଶୀଘ୍ର ଫିଲ୍ମ ଆରମ୍ଭ କରିବୁ ବୋଲି ସେ କହିଛନ୍ତି ।
Comments are closed.