Latest Odisha News

BREAKING NEWS

କୋଟିଆ ଓଡ଼ିଶାର, ଓଡ଼ିଶାର ହୋଇ ରହିବ: ରାଜସ୍ୱ ମନ୍ତ୍ରୀ

ଭୁବନେଶ୍ୱର: ଲୋକ ସେବା ଭବନରେ କୋଟିଆ ବୈଠକ ପରେ ରାଜସ୍ୱ ମନ୍ତ୍ରୀଙ୍କ ବଡ଼ ସୂଚନା। ମନ୍ତ୍ରୀ କହିଲେ, କୋଟିଆ ଓଡ଼ିଶାର ଆଉ ଓଡ଼ିଶାର ହୋଇ ରହିବ। କୋଟିଆ ଅଂଚଳର ବିକାଶ ପାଇଁ ସମସ୍ତ ପଦକ୍ଷେପ ନିଆଯାଇଛି। ଓଡ଼ିଶାର ଅସ୍ମିତା ହେଉଛି କୋଟିଆ, ଏହାର ବିକାଶ ଜରୁରୀ ଅଟେ। କୋଟିଆ ଉପରେ ଆନ୍ଧ୍ର କାହିଁକି ଆଖି ପକାଉଛି ବୋଲି ପ୍ରଶ୍ନ କଲେ ମନ୍ତ୍ରୀ। କୌଣସି ବି ପରିସ୍ଥିତିରେ କୋଟିଆକୁ ଆନ୍ଧ୍ରକୁ ଦିଆଯିବନାହିଁ ବୋଲି କହିଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ।

ରାଜସ୍ୱ ମନ୍ତ୍ରୀ କହିଛନ୍ତି ଯେ କୋଟିଆ ଗ୍ରାମପୁଞ୍ଜ ସର୍ବଦା ଓଡ଼ିଶାର ଅବିଚ୍ଛେଦ୍ୟ ଅଙ୍ଗ ଥିଲା ଏବଂ ଓଡ଼ିଶାର ହୋଇ ରହିବ। କୋଟିଆ ପ୍ରସଙ୍ଗରେ ବିରୋଧୀଙ୍କ ପ୍ରଶ୍ନର ଜବାବ ଦେଇ ମନ୍ତ୍ରୀ ସୁରେଶ ପୂଜାରୀ ସ୍ପଷ୍ଟ କରିଛନ୍ତି ଯେ ଓଡ଼ିଶାର ଭୌଗୋଳିକ ଅଖଣ୍ଡତା ଏବଂ ସ୍ୱାର୍ଥର ସୁରକ୍ଷା ପାଇଁ କୌଣସି ପ୍ରକାରେ ବୁଝାମଣା କରାଯିବ ନାହିଁ।

ଓଡ଼ିଶାର ସ୍ୱାର୍ଥ ଓ ସମ୍ମାନ ପାଇଁ ସମସ୍ତ ଦଳକୁ ଏକାଠି ନେଇ ଏବଂ କୋରାପୁଟର ବିଧାୟକମାନଙ୍କ ସହ ଆଲୋଚନା କରି ମିଳିତ ଭାବେ ଲଢ଼େଇ କରାଯିବ ବୋଲି ସେ କହିଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି କୋଟିଆ କମିଟି ବୈଠକ ବସିବା ସହ ସେଠାରେ ହେଉଥିବା ବିକାଶ କାର୍ଯ୍ୟର ସମୀକ୍ଷା କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ କୋଟିଆ ଗ୍ରାମପୁଞ୍ଜ ଓଡ଼ିଶାର ଅବିଚ୍ଛେଦ୍ୟ ଅଙ୍ଗ ହୋଇ ରହିଛି ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

Leave A Reply

Your email address will not be published.