ନୂଆଦିଲ୍ଲୀ: କୋଟିଆକୁ ନେଇ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ବିବାଦ ସୁପ୍ରିମକୋର୍ଟରେ ପହଞ୍ଚିଛି । ଆଜି ମାମଲାର ଶୁଣାଣି କରି ଓଡ଼ିଶାକୁ ଜବାବ ଦାଖଲ ପାଇଁ ଚାରି ସପ୍ତାହ ସମୟ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ । ଆନ୍ଧ୍ରପ୍ରଦେଶର ଜବାବ ଉପରେ ପ୍ରତି ଜବାବ ରଖିବା ପାଇଁ ମାସେ ମହଲତ ମିଳିଛି । ଜଷ୍ଟିସ ଏମ୍. ଖାନୱିଲକର ଓ ଦୀନେଶ ମାହେଶ୍ୱରୀଙ୍କ ଦୁଇ ଜଣିଆ ଖଣ୍ଡପୀଠ ଏହାର ଶୁଣାଣି କରିଛନ୍ତି । ମହଲତ ମିଳିବା ନେଇ ସୂଚନା ଦେଇଛନ୍ତି ଓଡ଼ିଶା ପକ୍ଷରୁ ମାମଲା ଲଢୁଥିବା ଆଇନଜୀବୀ ଶିବଶଙ୍କର ମିଶ୍ର ।

ପୂର୍ବରୁ ଆନ୍ଧ୍ରପ୍ରଦେଶ ସରକାରଙ୍କ ପକ୍ଷରୁ ବିଜୟନଗରମ୍ ଜିଲ୍ଲାପାଳ ସୁପ୍ରିମକୋର୍ଟରେ ଓଡ଼ିଶାର ମାମଲା ଉପରେ ୫୦ ପୃଷ୍ଠାର ସତ୍ୟପାଠ ଦାଖଲ କରିଥିଲେ । ଯେଉଁଥିରେ ଅଦାଲତ ଅବମାନନା ହୋଇ ନଥିବା ଉଲ୍ଲେଖ କରିଛି ଆନ୍ଧ୍ର । ସତ୍ୟପାଠରେ ଦର୍ଶାଇଛି, କୋଟିଆରେ ୧୯୫୨ ମସିହାରୁ ନିର୍ବାଚନ ହୋଇ ଆସୁଛି । ୨୦୦୬ ଓ ୨୦୧୩ରେ ବି ସେଠାରେ ଆନ୍ଧ୍ର ପଞ୍ଚାୟତ ନିର୍ବାଚନ କରିଥିଲା ।

ପୂର୍ବ ରାୟରେ ସର୍ବୋଚ୍ଚ ଅଦାଲତ କୌଣସି ନିର୍ଦ୍ଦେଶ ଦେଇ ନଥିବା ବେଳେ କିଭଳି ଅଦାଲତଙ୍କ ଅବମାନନା ହେଲା ବୋଲି ପ୍ରଶ୍ନ କରିଥିଲା ଆନ୍ଧ୍ରପ୍ରଦେଶ । ଏବେ ଓଡ଼ିଶା ସରକାର କି ଜବାବ ରଖିବେ ଓ ସୁପ୍ରିମକୋର୍ଟ କି ନିଷ୍ପତ୍ତି ଶୁଣାଇବେ ତାଉପରେ ନଜର । କୋରାପୁଟର ୩ଟି ଗାଁରେ ପଞ୍ଚାୟତ ନିର୍ବାଚନ କରିଥିଲା ଆନ୍ଧ୍ର । ଏହା ବିରୋଧରେ ସୁପ୍ରିମକୋର୍ଟରେ ଅଦାଲତ ଅବମାନନା ମାମଲା କରିଛି ଓଡ଼ିଶା ।
BREAKING NEWS
- କୋହଲି, ଗିଲଙ୍କ ଆକର୍ଷଣୀୟ ପ୍ରଦର୍ଶନ: ପ୍ରଥମ ଦିିନିକିଆରେ ଭାରତ ବିଜୟୀ
- ଆସନ୍ତା ୧୫ରେ ବରଗଡ଼ ବନ୍ଦ
- ଝାରସୁଗୁଡ଼ାରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ
- ସଚିନଙ୍କୁ ପଛରେ ପକାଇ ବିଶ୍ୱରେକର୍ଡ କଲେ କିଙ୍ଗ କୋହଲି
- Fire In Ama Bus: ଗତ ୨୪ ଘଣ୍ଟା ମଧ୍ୟରେ ଦୁଇଟି ‘ଆମ ବସ’ରେ ଅଗ୍ନିକାଣ୍ଡ
- Rourkela Plane Crash: ରାଉରକେଲା ବିମାନ ଦୁର୍ଘଟଣା; ସ୍ଥାନୀୟ ଜନସାଧାରଣଙ୍କୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ
- ଟି୨୦ ବିଶ୍ୱକପ: ଚର୍ଚ୍ଚାରେ ଅକ୍ଷର ପଟେଲଙ୍କ ବୟାନ
- ଅସୁରକ୍ଷିତ ରାସ୍ତା ଯୋଗୁଁ ଦୁର୍ଘଟଣା; ରାସ୍ତା ନିର୍ମାଣକାରୀ ସଂସ୍ଥାକୁ ଚିଠି ଲେଖିଲା ଏସଟିଏ
- ସମ୍ବଲପୁରବାସୀଙ୍କୁ ମିଳିବ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ, ୪୫୧ କୋଟିର ମେଗା ପ୍ରକଳ୍ପ…
- papa buka : ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସିତ ଓଡିଆ ପ୍ରଯୋଜକଙ୍କ “ପାପା ବୁକା’;ଏକାଡେମୀ ଆୱାର୍ଡସର ୩ ବିଭାଗରେ…
Comments are closed.