ମୁମ୍ବାଇ: ଲୋକପ୍ରିୟ ଟିଭି କୁଇଜ ସୋ ‘କୌନ ବନେଗା କରୋଡପତି’ର ସୁଟିଂ ଆରମ୍ଭ ହୋଇଛି । ସୋମବାର ଏହାର ସୁଟିଂ ଆରମ୍ଭ ହୋଇଥିବା ବେଳେ ପ୍ରଥମ ଦିନର ଫଟୋକୁ ବିଗ୍ ବି ଅମିତାଭ ବଚ୍ଚନ ଟ୍ୱିଟ୍ କରିଛନ୍ତି । ଚଳିତ ବର୍ଷ ଏହା ୨୦ ବର୍ଷ ପୂରଣ କରିବାକୁ ଯାଉଛି । ଏହାକୁ ନେଇ ଅମିତାଭ ନିଜ ଷ୍ଟାଇଲରେ ଲେଖିଛନ୍ତି, ‘୨୦ ବର୍ଷ, ୧୨ତମ ପର୍ବ, କେବିସି (କୌନବନେଗା କରୋଡପତି) ଆରମ୍ଭ’ । ଗତକାଲି ବିଳମ୍ବିତ ରାତିରେ ସେ ଏହି ଟ୍ୱିଟ୍ କରିଛନ୍ତି । ଖୁବ୍ ଶୀଘ୍ର ସୋନି ଚ୍ୟାନେଲରେ ଏହାର ପ୍ରସାରଣ ଆରମ୍ଭ ହେବାକୁ ଯାଉଛି ।
T 3652 – 20 साल ; १२ वाँ पर्व ; KBC : कौन बनेगा करोड़पति , आरम्भ ! pic.twitter.com/0UQXc7ewS5
— Amitabh Bachchan (@SrBachchan) September 7, 2020
କିଛି ଦିନ ପୂର୍ବରୁ ଅମିତାଭ ଏହାର ପ୍ରମୋ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଯେଉଁଥିରେ ସେ ଜଣେ ପ୍ରତିଯୋଗୀକୁ ପ୍ରଶ୍ନ ପଚାରୁଥିବାର ଦେଖା ଯାଇଥିଲା ।
‘କୌନ ବନେଗା କରୋଡପତି’ ନେଇ ମେ ମାସରୁ କାମ ଆରମ୍ଭ ହୋଇଥିଲା । କିନ୍ତୁ ଏହାର ଦୁଇ ମାସ ପରେ ଅମିତାଭ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଗତ ମାସରେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି । ଏହା ପରେ ସେ ସୁଟିଂ ସେଟ୍କୁ ଫେରିଛନ୍ତି । ଏ ନେଇ ଅନ୍ୟ ଏକ ଟ୍ୱିଟରେ ଅମିତାଭ ଲେଖିଥିଲେ ଯେ, କାମକୁ ଫେରିଲି । କେବିସି ୧୨ ସିଜିନ ନୀଳ ପିପିଇ କିଟ୍ର ସମୁଦ୍ର ।’ ଏଥିରେ ସେ ଦୁଇଟି ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି ଯେଉଁଥିରେ ସୁଟିଂ ବେଳେ ସମସ୍ତେ ନୀଳ ପିପିଇ କିଟ୍ ପିନ୍ଧିଛନ୍ତି । ଅନ୍ୟ ଏକ ଫଟୋରେ ଅମିତାଭ ନିଜେ ଅଛନ୍ତି ।
୨୦୦୦ମସିହାରେ ଆରମ୍ଭ ହୋଇଥିଲା ‘କୌନ ବନେଗା କରୋଡପତି ’ । କେବଳ ସିଜିନ ୩ କୁ ଛାଡିଦେଲେ ସବୁ ସିଜିନରେ ଅମିତାଭ ଏହାର ହୋଷ୍ଟ ରହିଆସିଛନ୍ତି ।
Comments are closed.