Latest Odisha News

BREAKING NEWS

ଭାରତ ବିରୋଧରେ ଯିବା ପାଇଁ ନେପାଳର ଓଲି, ପ୍ରଚଣ୍ଡ ଚୀନଠାରୁ ନେଇଥିଲେ ୯୦୦ କୋଟି ଟଙ୍କାର ଲାଂଚ

କାଠମାଣ୍ଡୁ: ନେପାଳ ହଠାତ୍ କାହିଁକି ଭାରତ ବିରୋଧୀ ହୋଇପଡିଲା ସେ ନେଇ ବୁଦ୍ଧିଜୀବୀମାନେ କାରଣ ପାଉ ନ ଥିଲେ । ଧିରେ ଧିରେ ଏହି ଷଡଯନ୍ତ୍ରରୁ ପରଦା ଉଠିବାରେ ଲାଗିଛି । ନେପାଳୀ ନ୍ୟୁଜ୍ ସାଇଟ୍ ମାଇ ରିପବ୍ଲିକ୍ ଅନୁସାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଭଟ୍ଟ ରାଇ କହିଛନ୍ତି ପିଏମ୍ କେପି ଶର୍ମା ଓଲୀ, ପ୍ରଚଣ୍ଡ ତଥା ଶେର ବାହାଦୂର ଦେଓବା ଏହି ପ୍ରକଳ୍ପ ପାଇଁ ଚୀନ୍ କମ୍ପାନୀଠାରୁ ୯ ଶହ କୋଟି ଟଙ୍କା ଲାଞ୍ଚ ନେଇଛନ୍ତି ।

ନେପାଳରେ ଶାସନ ଚଳାଇଥିବା କମ୍ୟୁନିଷ୍ଟ ପାର୍ଟି ଏବଂ ନେପାଳ କଂଗ୍ରେସର କେତକ ନେତା ଚୀନ୍‌ର କମ୍ପାନୀଠାରୁ ଗଣ୍ଡକୀ ନଦୀରେ ହାଇଡ୍ରୋ ବିଦ୍ୟୁତ ପ୍ରକ୍ଳପ ନିର୍ମାଣ ପାଇଁ  ଲାଞ୍ଚ ନେଉଛନ୍ତି । କେବଳ ଏହି ପ୍ରକଳ୍ପ ନୁହେଁ ଭାରତ ବିରୋଧି ଜନମତ ସୃଷ୍ଟି ପାଇଁ ଏମାନେ ବାରମ୍ବାର ପ୍ରୟାସ କରୁଛନ୍ତି । ଗଣ୍ଡକୀ ନଦୀରେ ଚୀନ୍ର ଗେହୋଓବା କମ୍ପାନୀ ଏହି ହାଇଡ୍ରୋ ବିଦ୍ୟୁତ୍ ପ୍ରକଳ୍ପ ନିର୍ମାଣ କରୁଛି । ନେପାଳୀ କମ୍ୟୁନିଷ୍ଟ ପାର୍ଟି ଏବଂ ନେପାଳ କଂଗ୍ରେସ ଏହାକୁ ଖଣ୍ଡନ କରିଛନ୍ତି । ମାତ୍ର ଭଟ୍ଟ ରାଏ ଏ ବିଷୟରେ ତାଙ୍କ ନିକଟରେ ପ୍ରମାଣ ଥିବା କଥା କହିଛନ୍ତି । ଭଟ୍ଟରାଏଙ୍କର ଏହି ବୟାନ ପରେ ନେପାଳ ରାଜନୀତିରେ ଝଡ ସୃଷ୍ଟି ହୋଇଛି ।

Leave A Reply

Your email address will not be published.