Latest Odisha News

BREAKING NEWS

ପଞ୍ଜାବ ଦଳକୁ ଫେରିଲେ ବିସ୍ଫୋରକ କ୍ରିସ ଗେଲ୍ : ପ୍ରଥମେ ବ୍ୟାଟିଂ କରିବ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର

ଶାରଜା: ଆଇପିଏଲରେ ଆଜି ମୁହାଁମୁହିଁ ହେଉଛନ୍ତି ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ କିଙ୍ଗସ ଏକାଦଶ ପଞ୍ଜାବ । ଆରସିବି ତା’ର ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରିନାହିଁ । ହେଲେ ପଞ୍ଜାବ ଦଳକୁ  ବିସ୍ଫୋରକ କ୍ରିସ ଗେଲ୍ ଫେରିଛନ୍ତି ।  ବିରାଟ କୋହଲି ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି । ଚଳିତ ଆଇପିଏଲରେ ଦ୍ୱିତୀୟ ଥର ପାଇଁ ଏହି ଦୁଇ ଦଳ ମୁହାଁମୁହିଁ ହେଉଛନ୍ତି । ୟୁଏଇର ଖେଳା ଯାଉଥିବା ଆଇପିଏଲରେ ପଞ୍ଜାବ ଏଯାଏ ଗୋଟିଏ ମ୍ୟାଚ୍ ଜିତିଛି ।

ଏଥିସହ ଦଳ ପଏଣ୍ଟ ଟେବୁଲର ସବୁଠାରୁ ତଳେ ରହିଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପଞ୍ଜାବ ଏହି ବିଜୟଟି ବିରାଟଙ୍କ ଆରସିବି ବିପକ୍ଷରେ ହିଁ ହାସଲ କରିଥିଲା । ତେଣୁ ଶାରଜାରେ ବିରାଟ ଏହାର ପ୍ରତିଶୋଧ ନେବାକୁ ଉଦ୍ୟମ କରିବେ । ସେହିପରି ପଞ୍ଜାବ ଦଳରେ  ଆଉ ଦୁଇଟି ପରିବର୍ତ୍ତନ କରିଛି । ମନଦୀପଙ୍କ ବଦଳରେ ମୁର୍ଗାନ ଅଶ୍ୱିନ ଓ ପ୍ରବସିମରନଙ୍କ ବଦଳରେ ଦୀପକ ହୁଡ୍ଡାଙ୍କୁ ସୁଯୋଗ ମିଳିଛି ।

Leave A Reply

Your email address will not be published.