Latest Odisha News

BREAKING NEWS

୩୬ ହଜାର ଲୋକଙ୍କ ଜୀବନ ନେଇଥିବା ଆଗ୍ନେୟଗିରି ପୁନର୍ବାର ଉଦଗୀରଣ କଲା ଲାଭା

ଜାକର୍ତା: ଇଣ୍ଡୋନେସିଆର କ୍ରାକାଟାଓ ଆଗ୍ନେୟଗିରି ପୁନର୍ବାର ଲାଭା ଉଦଗିରୀଣ କରିଛି । ଏହି ଖବର ପ୍ରସାରିତ ହେବା ପରେ ଇଣ୍ଡୋନେସିଆରେ ଭୟର ବାତାବରଣ ଖେଳିଯାଇଛି । ପୂର୍ବରୁ ୧୮୮୩ରେ ଆଗ୍ନେୟଗିରି କରାଳ ରୂପ ଦେଖାଇ ୩୬ ହଜାର ଲୋକଙ୍କ ଜୀବନ ନେଇଥିଲା ।

ଜାକାର୍ତାରୁ ୧୫୦ କିଲୋମିଟର ଦୂରରେ ଥିବା ଏହି ୩୫୭ ମିଟରର ଆଗ୍ନେୟଗିରି ଶୁକ୍ରବାର ରାତିରେ ଫୁଟିଥିଲା । ଏହାର ଶବ୍ଦ ଏତେ ତୀବ୍ର ଥିଲା ଯେ, ଜାକର୍ତାରେ ରହୁଥିବା ଲୋକେ ଏହାକୁ ଶୁଣିପାରିଥିଲେ । ପ୍ରାରମ୍ଭିକ ପର୍ଯ୍ୟାୟରେ କେବଳ ପାଉଁଶ ଓ ଧୂଆଁ ବାହାରୁଛି । ଏହା କେତେ ଭୟଙ୍କର ହେବ ତାହା କଳନା କରି ହେଉ ନାହିଁ ।

Leave A Reply

Your email address will not be published.