ଗୁଜୁରାଟ: କରୋନା ମୁକାବିଳା ପାଇଁ ଏପ୍ରିଲ ୧୪ ଯାଏଁ ସାରା ଦେଶରେ ତଲା ବନ୍ଦ ଜରି ରହିଛି । ଏହାରି ଭିତରେ ଗୁଜୁରାଟ ସୁରଟରେ ହଜାର ହଜାର ଶ୍ରମିକ ରାଜ ରାସ୍ତାକୁ ଓହ୍ଲାଇଛନ୍ତି । ସୁରଟରେ ହୀରାନଗରୀ ଅଂଚଳରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ ।
ଏଠାରେ ଶ୍ରମିକମାନେ ଘରକୁ ଫେରିବା ପାଇଁ ଦାବି କରିଛନ୍ତି । ଏପରିକି ପୋଲିସ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଛି। ଶ୍ରମିକ ଓ ପୋଲିସ ମୁହାଁମୁହିଁ ହୋଇଛନ୍ତି । କେବଳ ସେତିକି ନୁହେଁ ଶ୍ରମିକମାନେ ଜଳାପୋଡା ମଧ୍ୟ କରିଛନ୍ତି । ଫଳରେ ବାଧ୍ୟ ହୋଇ ପୋଲିସ ଅନେକ ଶ୍ରମିକଙ୍କୁ ଗିରଫ କରିଛି । ଏହାପରେ ମାମଲା ଥଣ୍ଡା ପଡିଛି ।
ସୂଚନା ଅନୁସାରେ ଲକଡାଉନ୍ ଯୋଗୁଁ ସୁରତରେ ଅଟକି ରହିଥିବା ଶହ ଶହ ପ୍ରବାସୀ ଶ୍ରମଜୀବୀ ଶୁକ୍ରବାର ରାତିରେ ଲକସାନା ଅଞ୍ଚଳରେ କେତେକ ଠେଲାଗାଡ଼ି ଏବଂ ପୁରୁଣା ଟାୟାର ପୋଡ଼ାପୋଡ଼ି କରିଥିଲେ। ଘଟଣା ପରେ ସମ୍ପୃକ୍ତ ଅଞ୍ଚଳରେ ବହୁସଂଖ୍ୟକ ପୁଲିସ କର୍ମଚାରୀଙ୍କୁ ମୁତୟନ କରାଯାଇଛି। ଏହାପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଛି ।
BREAKING NEWS
- ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗର ପ୍ରଥମ ଟାର୍ଗେଟରେ ଥିଲେ ସଲମାନ୍ ଖାନ୍, ହେଲେ ଟାଇଗର…
- ଦଶହରାରେ ଭୁବନେଶ୍ୱରରେ ପ୍ରବଳ ଭିଡ଼; ମଣ୍ଡପରେ ଗହଳି, ରାସ୍ତାରେ ଫସିଲା ଆମ୍ବୁଲାନ୍ସ…
- ପୂଜା ଭିଡ଼ରେ ଛିନତାଇ କରୁଥିଲା ‘ବଞ୍ଜାରା ଗ୍ୟାଙ୍ଗ୍’; ୭ ଜଣଙ୍କୁ ଗିରଫ କଲା ପୋଲିସ
- Tiger Shroff Attacked : ଟାଇଗର ନୁହେଁ…ଟାର୍ଗେଟରେ ଥିଲେ ବଲିଉଡର ବଡ ହିରୋ?… ଟାଇଗର ଶ୍ରଫଙ୍କ କାର୍ ଉପରକୁ ଗୁଳିମାଡ଼ ଘଟଣାରେ ବଡ ଖୁଲାସା
- Dhanush’s Political Entry: ବିଜୟଙ୍କ ପରେ ଧନୁଷଙ୍କ ଏଣ୍ଟ୍ରି! ରାଜନୀତିକୁ ଆସିବେ କି ସାଉଥ୍ ସୁପରଷ୍ଟାର୍? ଆଗୁଆ ସ୍ବାଗତ ଜଣାଇଲା TVK
- ୫୦୦ ଗଛର କରାଯିବ ଅସ୍ତ୍ରୋପଚାର, ଜୀବନ ବଞ୍ଚାଇବା ପାଇଁ ଖୋଜା ଚାଲିଛି ବିଶେଷଜ୍ଞ
- ଅକ୍ଟୋବର ୨୩ ବେଳକୁ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ
- Drug-Free India: ଡ୍ରଗ୍ସମୁକ୍ତ ଭାରତ ପାଇଁ ଅମିତ ଶାହଙ୍କ ଡେଡ୍ଲାଇନ୍; ୩୧ ଡିସେମ୍ବର ୨୦୨୯ ସୁଦ୍ଧା ନିଶାମୁକ୍ତ ଦେଶ ଗଠନ ଲକ୍ଷ୍ୟ!
- ଦୀପାବଳିରେ ପରିବାର ସହ ସମୟ ବିତାନ୍ତୁ, ଆନ୍ଦୋଳନ ସ୍ଥଗିତ ରହିବ: ଅଭିଜିତ୍ ଦୀପକେ
- ଚାଷ ଜମିରୁ ଜଙ୍ଗଲି ଦନ୍ତା ହାତୀର ମୃତଦେହ ଉଦ୍ଧାର

Comments are closed.