Latest Odisha News

BREAKING NEWS

ଶ୍ରୀକୃଷ୍ଣ ଜନ୍ମଭୂମି ବିବାଦ: ମୁସଲିମ ପକ୍ଷର ଆବେଦନ ଖାରଜ କଲେ ହାଇକୋର୍ଟ

ମଥୁରା: ଉତ୍ତର ପ୍ରଦେଶରେ ଶ୍ରୀକୃଷ୍ଣ ଜନ୍ମଭୂମି ବିବାଦ ମାମଲାରେ ଶାହି ଇଦଗାହ ମସଜିଦ ଟ୍ରଷ୍ଟ ପକ୍ଷରୁ କରା ଯାଇଥିବା ଆବେଦନକୁ ଖାରଜ କରି ଦେଇଛନ୍ତି ଆହ୍ଲାବାଦ ହାଇକୋର୍ଟ।

ଆଜି ଜଷ୍ଟିସ ମୟଙ୍କ କୁମାର ଜୈନଙ୍କ ଏକକ ଖଣ୍ଡପୀଠ ଏହି ମାମଲା ଉପରେ ରାୟ ପ୍ରକାଶ କରିଛନ୍ତି। ଆଗକୁ ହିନ୍ଦୁ ପକ୍ଷର ଆବେଦନ ଉପରେ ଶୁଣାଣି ଚାଲିବ ବୋଲି କୋର୍ଟ କହିଛନ୍ତି। ହିନ୍ଦୁ ପକ୍ଷରୁ ଦାଖଲ ହୋଇଥିବା ୧୫ଟି ମାମଲାରେ ହାଇକୋର୍ଟ ମଧ୍ୟବର୍ତ୍ତୀକାଳୀନ ରାୟ ଦେଇଛନ୍ତି।

ତେବେ କୋର୍ଟଙ୍କ ଏହି ନିଷ୍ପତ୍ତି ପରେ ହିନ୍ଦୁ ପକ୍ଷର ଆଇନଜୀବୀ ବିଷ୍ଣୁ ଶଙ୍କର ଜୈନ କହିଛନ୍ତି ଯେ, ଯଦି ମୁସଲିମ ପକ୍ଷ ଦଳ ସୁପ୍ରିମକୋର୍ଟକୁ ଯାଆନ୍ତି ତେବେ ଆମେ ମଧ୍ଯ ପ୍ରସ୍ତୁତ ଅଛୁ। ସେ ଆହୁରି ମଧ୍ଯ କହିଛନ୍ତି, “ଆଜି ଆହ୍ଲାବାଦ ହାଇକୋର୍ଟ ଶାହି ଇଦ୍ଗା ମସଜିଦ ଦ୍ବାରା ଦାଖଲ ହୋଇଥିବା ଅର୍ଡର ୭ ନିୟମ ୧୧ ଆବେଦନକୁ ଖାରଜ କରି ଦେଇଛନ୍ତି। ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୧୨ ତାରିଖରେ ହେବ।

ଉଲ୍ଲେଖଯୋଗ୍ୟ, ମଥୁରା ସ୍ଥିତ ଶ୍ରୀକୃଷ୍ଣ ଜନ୍ମଭୂମିରେ ଥିବା ୧୩.୩୭ ଏକର ଜମିକୁ ନେଇ ବିବାଦ ଲାଗି ରହିଛି।

 

Comments are closed.