Latest Odisha News

BREAKING NEWS

ବଲିଉଡରୁ ଓଲିଉଡ ସୁବୁଠି ଜନ୍ମାଷ୍ଟମୀ ସେଲିବ୍ରେସନ, ଫ୍ୟାନ୍ସଙ୍କୁ ଶୁଭେଚ୍ଛା ଜଣାଇଲେ ସେଲିବ୍ରିଟି

ମୁମ୍ବାଇ: ଦ୍ବାପର ଯୁଗରେ ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ବସୁଦେବ ଓ ଦେବକୀଙ୍କ ପୁଅ ରୂପେ ଧରାବତରଣ କରିଥିଲେ ଭଗବାନ କୃଷ୍ଣ। କଂସକୁ ବଧ କରିବା ନିମନ୍ତେ ମାନବ ରୂପରେ ଜନ୍ମ ନେଇଥିଲେ କୃଷ୍ଣ।ସେହି ଦିନକୁ କୃଷ୍ଣ ଜନ୍ମ ବା ପବିତ୍ର ଜନ୍ମାଷ୍ଟମୀ ରୂପେ ପାଳନ କରାଯାଉଛି। ଏହି ଅବସରରେ ବଲିଉଡରୁ ଓଲିଉଡ ସେଲିବ୍ରିଟି ଧୁମଧାମରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳନ କରିଛନ୍ତି ।

ସୋସିଆଲ ମିଡିଆରେ ପୋଷ୍ଟ କରି ସେଲିବ୍ରିଟି ଫ୍ୟାନ୍ସଙ୍କୁ ଜନ୍ମାଷ୍ଟମୀ ଶୁଭକାମନା ଜଣାଇଛନ୍ତି। ବଲିଉଡ ଅଭିନେତା ଅନୁପମ ଖେର ଇନଷ୍ଟାଗ୍ରାମରେ ଭଗବାନ କୃଷ୍ଣଙ୍କ ଫଟୋଗୁଡ଼ିକର ଏକ କ୍ଲିପ ସେୟାର କରିଛନ୍ତି ଏବଂ କ୍ୟାପସନରେ ଲେଖିଛନ୍ତି, ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ସମସ୍ତଙ୍କୁ ଶୁଭେଚ୍ଛା। ସେହିପରି ଭାରତୀ ସିଂ ଇନଷ୍ଟାଗ୍ରାମ ଷ୍ଟୋରୀରେ ତାଙ୍କ ପୁଅ ଗୋଲା ଏବଂ ସ୍ୱାମୀ ହର୍ଷଙ୍କ ଏକ ଫଟୋ ପୋଷ୍ଟ କରିଛନ୍ତି।

ଅନ୍ୟପଟେ ଓଲିଉଡ ଅଭିନେତ୍ରୀ ତମନ୍ନା ବ୍ୟାସ, ରିୟା ଦେ ଓ ଏଲିନା ସାମନ୍ତରାୟଙ୍କ ସମେତ ଅନେକ ତାରକା ଫ୍ୟାନ୍ସଙ୍କୁ ମଧ୍ୟ ଜନ୍ମାଷ୍ଟମୀ ଶୁଭକାମନା ଜଣାଇଛନ୍ତି । ଅଭିନେତ୍ରୀ ରିୟା ଦେ ନିଜ ଇନଷ୍ଟାଗ୍ରାମରେ ନିଜର କିଛି ଫଟୋ ସେୟାର କରି ଫ୍ୟାନ୍ସଙ୍କୁ ଜନ୍ମାଷ୍ଟମୀ ଶୁଭକାମନା ଜଣାଇଛନ୍ତି । ଓଡ଼ିଆ ଅଭିନେତ୍ରୀ ତମନ୍ନା ମଧ୍ୟ ନିଜ ଇନଷ୍ଟାଗ୍ରାମରେ ପୁରୀ ଜଗନ୍ନାଥ ମନ୍ଦିର ସହ ନିଜର ଦୁଇଟି ଫଟୋ ସେୟାର କରି ଶୁଭେଚ୍ଛା ଜଣାଇଛନ୍ତି।

 

Comments are closed.