Latest Odisha News

BREAKING NEWS

ନାଲକୋ ଓପନ ଟେନିସ: କ୍ରିଷ୍ଣା-ଅଭୀପ୍ସା ମଧ୍ୟରେ ଟାଇଟଲ ମୁକାବିଲା

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ନାଲକୋ ଓପନ ଟେନିସ ଟୁର୍ଣ୍ଣାମେଂଟର ମହିଳା ବିଭାଗ ଫାଇନାଲ ଲାଇନଅପ ଚୂଡାନ୍ତ ହୋଇଛି । କ୍ରିଷ୍ଣା ଓ ଅଭୀପ୍ସା ମଧ୍ୟରେ ଟାଇଟଲ ମୁକାବିଲା ହେବ । ସେମିଫାଇନାଲରେ କ୍ରିଷ୍ଣା ୧୦-୦ରେ ମାରିଷାଙ୍କୁ ଓ ଅଭୀପ୍ପା ୧୦-୨ରେ ପ୍ରିୟାଂଶି ପାଣିଗ୍ରାହୀଙ୍କୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲେ । ସେହିପରି ପୁରୁଷ ଫାଇନାଲକୁ କବୀର ହନ୍ସ ଉନ୍ନୀତ ହୋଇଛନ୍ତି । ସେ ସେମିରେ ଏ.ପରିଡାଙ୍କୁ ୬-୧, ୬-୩ରେ ପରାଜିତ କରିଥିଲେ । ଫାଇନାଲରେ ସେ ଦେବାଶୀଷ ସାହୁ ଓ ପ୍ରତ୍ୟୁଷ ମହାନ୍ତିଙ୍କ ମଧ୍ୟରେ ଖେଳାଯିବାକୁ ଥିବା ଦ୍ୱିତୀୟ ସେମିଫାଇନାଲର ବିଜେତାଙ୍କୁ ଭେଟିବେ । ୧୮ ବର୍ଷରୁ କମ ବାଳକ ବିଭାଗରେ ଏ.ଆଚାର୍ଯ୍ୟ ସହଜରେ ଏମ.ମାହେଶ୍ୱରୀଙ୍କୁ ୯-୫ରେ ହରାଇ ଫାଇନାଲରେ ପ୍ରବେଶ କରିଛନ୍ତି ।

ବାଳିକା ୧୪ ବର୍ଷରୁ କମ ବିଭାଗରେ ଅଭୀପ୍ସା ଦେହୁରୀ ୮-୦ରେ ଶ୍ରେୟା ମହାପାତ୍ରଙ୍କୁ ହରାଇ ଟାଇଟଲ ମୁକାବିଲାରେ ଅବତୀର୍ଣ୍ଣ ହୋଇଛନ୍ତି । ଭେଟେରାନ ୪୦ ବର୍ଷରୁ ଊର୍ଦ୍ଧ୍ୱ ଡବଲ୍ସ ବିଭାଗ ପାଇଁ ଆଲୋକ ଅଗ୍ନିବେଶ-ରାଜ ମହାପାତ୍ର, ପ୍ରଶାନ୍ତ ପାତ୍ର-ବିବେକ ଟିବେରୱାଲ, ଲୋକନାଥ ମିଶ୍ର-ରାମଚନ୍ଦ୍ର ଟୁଡୁ, ସ୍ନେହାଶୀଷ ବେହେରା-ଜୀତନ ମହାନ୍ତି, ଜେଏଚ ଚୋଇ-ଆଇଜି ସୋରେନ ଓ ଦୟାଲ ଗ୍ୟାଙ୍ଗୱାର-ଶାସ୍ୱତ ଜେନା ଯୋଗ୍ୟତା ହାସଲ କରିଛନ୍ତି ।

Leave A Reply

Your email address will not be published.