Latest Odisha News

BREAKING NEWS

୨୯ରେ ଓଟିଟିରେ ରିଲିଜ କରିବ କ୍ରିତି, ରାଜଙ୍କ ‘ହମ୍ ଦୋ ହମାରେ ଦୋ’

ମୁମ୍ବାଇ: କ୍ରିତି ସାନନ୍ ଏବଂ ରାଜକୁମାର ରାଓଙ୍କ ଅଭିନୀତ ‘ହମ୍ ଦୋ ହମାରେ ଦୋ’ର ଟିଜର ଆଜି ରିଲିଜ ହୋଇଛି। ଏହାସହିତ ନିର୍ମାତା ଏହାର ରିଲିଜ ତାରିଖ ମଧ୍ୟ ଘୋଷଣା କରିଛନ୍ତି। ଫିଲ୍ମ ଅକ୍ଟୋବର ୨୯ରେ ଡିଜନି + ହଟଷ୍ଟାରରେ ମୁମକ୍ତିଲାଭ କରିବ। ଏହାର ନିର୍ଦ୍ଦେଶନା ଦେଇଛନ୍ତି ଅଭିଷେକ ଜୈନ।

କ୍ରିତି ସାନନ୍ ଏବଂ ରାଜକୁମାର ରାଓ ସୋସିଆଲ ମିଡିଆରେ ପ୍ରଶଂସକଙ୍କ ଲାଗି ଏହାର ଏକ ନୂତନ ପୋଷ୍ଟର ସେୟାର କରିଥିଲେ।

‘ହମ୍ ଦୋ ହାମାରେ ଦୋ’ର ଟିଜରରେ ପ୍ରଡକ୍ସନ୍ ହାଉସ୍ ମ୍ୟାଡକ୍ ଫିଲ୍ମସର ପୂର୍ବ ଚଳଚ୍ଚିତ୍ର ରିଲିଜ୍ ବିଷୟରେ ମଧ୍ୟ ଉଲ୍ଲେଖ କରାଯାଇଛି। ସ୍ତ୍ରୀ, ଲୁକା ଛୁପି, ବାଲା ଏବଂ ମିମିର ପ୍ରଡକ୍ସନ୍ ହାଉସ୍ ହେଉଛି ମ୍ୟାଡକ୍ ଫିଲ୍ମସ।

Leave A Reply

Your email address will not be published.