Latest Odisha News

ଦୁଇ ଭଉଣୀ କ୍ରିତି-ନୁପୂରଙ୍କ ମଧ୍ୟରେ ବଡ଼ ପରଦାରେ ହେବ ଟକ୍କର

ମୁମ୍ବାଇ: ବଡ଼ ପରଦାରେ ଦୁଇ ଭଉଣୀ ଅଭିନେତ୍ରୀ କ୍ରିତି ସାନନ୍ ଓ ନୁପୂର ସାନନଙ୍କ ମଧ୍ୟରେ କଡ଼ା ଟକ୍କର ହେବ । । ଫିଲ୍ମ ‘ମିମି’ ଜାତୀୟ ପୁରସ୍କାର ଜିତିବା ପରେ ଅଭିନେତ୍ରୀ କ୍ରିତି ବହୁତ ଖୁସି ଅଛନ୍ତି । ଏହାସହିତ ତାଙ୍କ ହାତରେ ଗୋଟିଏ ପରେ ଗୋଟିଏ ଫିଲ୍ମ ଅଫର ବି ରହିଛି । ଆଉ ଆସନ୍ତା ମାସରେ ମଧ୍ୟ ଅଭିନେତା ଟାଇଗର ଶ୍ରଫଙ୍କ ସହ ତାଙ୍କ ଫିଲ୍ମ ‘ଗଣପତ’ ରିଲିଜ ହେବାକୁ ଯାଉଛି । ଯେଉଁଦିନ ଫିଲ୍ମଟି ରିଲିଜ ହେବ ସେହିଦିନ ତାଙ୍କ ଭଉଣୀ ନୂପୁର ସାନନ୍‌ଙ୍କ ଫିଲ୍ମ ମଧ୍ୟ ରିଲିଜ ହେବ । ଏନେଇ ଜଣାପଡ଼ିବା ପରେ ବଡ଼ ପରଦାରେ ଦୁଇ ଭଉଣୀଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିବ ।

ନୂପୁର ଦକ୍ଷିଣ ଭାରତୀୟ ସୁପରଷ୍ଟାର ରବି ତେଜାଙ୍କ ସହ ‘ଟାଇଗର ରାମେଶ୍ୱର ରାଓ’ ଜରିଆରେ ବଲିଉଡ୍‌ରେ ଡେବ୍ୟୁ କରିବେ । ଅକ୍ଟୋବର ୨୦ରେ ଏହି ଫିଲ୍ମ ପରଦାକୁ ଆସିବ । ଦେଖିବାକୁ ଗଲେ କ୍ରିତି ଏବଂ ନୂପୁରଙ୍କ ଫିଲ୍ମ ଦୁଇଟି ସମାନ ବ୍ୟାନର ଅଧୀନରେ ନିର୍ମାଣ ହୋଇଛି । ଏପରିକି ଦୁଇଟିର ରିଲିଜ ଡେଟ୍ ମଧ୍ୟ ସମାନ । ଏଣୁ ଦୁଇ ଭଉଣୀଙ୍କ ମଧ୍ୟରୁ କିଏ ବକ୍ସ ଅଫିସରେ ରାଜ୍ କରୁଛି ତାହା ଦେଖିବାକୁ ବାକି ରହିଲା ।

Leave A Reply

Your email address will not be published.