Latest Odisha News

ହଲିଉଡ୍‌ ବ୍ଲକବଷ୍ଟର ମୁଭି ‘କିଲ୍ ବିଲ୍’ର ହିନ୍ଦୀ ରିମେକ୍‌ରେ ନଜର ଆସିବେ କ୍ରିତି!

ନୂଆଦିଲ୍ଲୀ: ଗତ କିଛି ଦିନ ହେବ କ୍ୱେଣ୍ଟିନ୍ ତାରାଣ୍ଟିନୋଙ୍କ ନିର୍ଦ୍ଦେଶିତ ହଲିଉଡର ବ୍ଲକବଷ୍ଟର ମୁଭି ‘କିଲ୍ ବିଲ୍’ର ହିନ୍ଦୀ ରିମେକ୍ ପାଇଁ ବଲିଉଡ ଅଭିନେତ୍ରୀ କ୍ରିତି ସାନନ୍‌ଙ୍କୁ ବଛାଯାଇଥିବା ଗୁଜବ ପ୍ରଚାରିତ ହୋଇଛି।

ଯଦି ଗୁଜବ ସତ ହୁଏ ତେବେ କ୍ରିତି ହଲିଉଡ୍‌ ଅଭିନେତ୍ରୀ ଉମା ଥୁର୍ମା‌ନଙ୍କ ଭୂମିକାରେ ଅଭିନୟ କରିବେ।

ସୂଚନା ଅନୁଯାୟୀ ନିର୍ମାତା ନିଖିଲ ଦ୍ୱିବେଦୀ ହଲିଉଡ୍‌ ମୁଭି କିଲ୍‌ ବିଲ୍‌ର ଏକ ଏକ ହିନ୍ଦୀ ରିମେକ ପ୍ରସ୍ତୁତ କରୁଥିବା ଜଣାପଡ଼ିଛି। ଏହାର ନିର୍ଦ୍ଦେଶନା ଦେବେ ଅନୁରାଗ କାଶ୍ୟପ।

କ୍ରିତିଙ୍କ ବ୍ୟତୀତ ଏଥିରେ ଆଉ ଜଣ ମହିଳା ଅଭିନେତ୍ରୀ ନଜର ଆସିବେ। ତେବେ ଏଯାଏ ନା ସ୍ପଷ୍ଟ ହୋଇନାହିଁ।

Comments are closed.