Latest Odisha News

BREAKING NEWS

ମୋର ଜୀବନସାଥୀ ରୋମାଣ୍ଟିିକ ହୋଇଥିବା ଦରକାର, ଏମିତି କହିଲେ କ୍ରିତି

ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ କ୍ରିତି ସାନନ୍ ଏବେ ଖୁବ୍ ଚର୍ଚ୍ଚାରେ । କାରଣ ତାଙ୍କ ଜୀବନସାଥୀ କିପରି ହେବା ଦରକାର ସେନେଇ ଖୁଲମ୍‌ଖୁଲା ପ୍ରକାଶ କରିଛନ୍ତି । କ୍ରିତି ଏମିତି ଜଣେ ଜୀବନସାଥୀ ଚାହାଁନ୍ତି, ଯାହାଙ୍କ ନିକଟରେ ଗୋଟିଏ ଭଲ ହୃଦୟ ଥିବ, ବହୁତ ଭଲ ପାଇବା ଥିବ, ବିଲକୁଲ ସଚ୍ଚା ଓ ଇମାନଦାର ହୋଇଥିବେ ।

ନିକଟରେ ଏକ ସାକ୍ଷାତକାରରେ କ୍ରିତି ଆହୁରି କହିଥିଲେ ଯେ, ସେ କେଉଁ ପ୍ରକାର ଜୀବନସାଥୀ ଚାହୁଁଛନ୍ତି । ସେ କହିଛନ୍ତି ଯେ, ମୁଁ ବହୁତ ରୋମାଣ୍ଟିକ୍ । ତେଣୁ ମୋର ଜୀବନସାଥୀ ଜଣକ ରୋମାଣ୍ଟିିକ ହୋଇଥିବା ଦରକାର । ମୁଁ ପ୍ରେମରେ ରହିବାକୁ ଚାହେଁ । ଯାହାଙ୍କ ନିକଟରେ ବହୁତ ସାରା ଭଲପାଇବା ରହିବା ସହ ସଚ୍ଚୋଟତା ବି ଥିବ । ମୁଁ ଉଚ୍ଚାଭିଳାଷୀ ଏବଂ ପ୍ରେରଣାଦାୟୀ ଲୋକମାନଙ୍କ ପ୍ରତି ବେଶୀ ଆକର୍ଷିତ ହୋଇଥାଏ ।

ନିଜର ଟ୍ୟାଲେଣ୍ଟକୁ ନେଇ ଧୀରେ ଧୀରେ ବଲିଉଡରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ତିଆରି କରିଛନ୍ତି ଅଭିନେତ୍ରୀ କ୍ରିତି ସାନନ । ୨୦୧୪ରେ ଫିଲ୍ମ ‘ହିରୋପନ୍ଥୀ’ ଜରିଆରେ ବଲିଉଡରେ ଡେବ୍ୟୁ କରିଥିଲେ । ସେ ସିନେପ୍ରେମୀଙ୍କୁ ପୈସା ୱସୁଲ ମନୋରଞ୍ଜନ ଫିଲ୍ମ ଦେଇ ପ୍ରଭାବିତ କରିବାରେ ସଫଳ ହୋଇଛନ୍ତି । ଏହାର ପ୍ରମାଣ ହେଉଛି ସେ ଜିତିଥିବା ରାଷ୍ଟ୍ରୀୟ ଫିଲ୍ମ ପୁରସ୍କାର ୨୦୨୩ ।

ବଲିଉଡ ଅଭିନେତା ଟାଇଗର ଶ୍ରଫଙ୍କ ସହ କ୍ରିତି ସାନନଙ୍କ ସମ୍ପର୍କ ଥିବା ନେଇ ଇଣ୍ଡଷ୍ଟ୍ରିରେ ଚର୍ଚ୍ଚା ଜୋର ଧରିିଛି । କ୍ରିତିଙ୍କ ଭଉଣୀ ନୁପୁର କହିଛନ୍ତି ଯେ କ୍ରିତି ଏପର୍ଯ୍ୟନ୍ତ ଦୁଇଜଣ ଯୁବକଙ୍କୁ ଡେଟ କରିଛନ୍ତି । ନିକଟରେ ଯେତେବେଳେ ଅଭିନେତ୍ରୀ ଇଣ୍ଡିଆ ଟୁଡେ କନକ୍ଲେଭ ମୁମ୍ବାଇ ୨୦୨୩ରେ ଯୋଗ ଦେଇଥିଲେ, ଶେଷରେ ସେ ତାଙ୍କ ସମ୍ପର୍କ ସ୍ଥିତି ବିଷୟରେ କହିଥିଲେ ।

 

Leave A Reply

Your email address will not be published.