Latest Odisha News

BREAKING NEWS

‘ଆଦିପୁରୁଷ’ର ଟ୍ରେଲର ଲଞ୍ଚିଂରେ ସୁନାର ଶାଢି ପିନ୍ଧିଥିଲେ ଅଭିନେତ୍ରୀ କ୍ରିତି

ମୁମ୍ବାଇ: ଫିଲ୍ମ ‘ଆଦିପୁରୁଷ’କୁ ନେଇ ଅଭିନେତ୍ରୀ କ୍ରିତି ସାନନ ଖୁବ୍ ଚର୍ଚ୍ଚାରେ ଅଛନ୍ତି । ନିକଟରେ ଫିଲ୍ମ ‘ଆଦିପୁରୁଷ’ର ଟ୍ରେଲର ରିଲିଜ ହୋଇଯାଇଛି । ଏହି ଫିଲ୍ମରେ ବଲିଉଡ ନାୟିକା କ୍ରିତି ସାନନ ମାତା ସୀତାଙ୍କ ଭୂମିକାରେ ନଜର ଆସିଥିବା ବେଳେ ଅଭିନେତା ପ୍ରଭାସ ଭଗବାନ ରାମଙ୍କ ଚରିତ୍ରରେ ଅଭିନୟ କରିଛନ୍ତି । ସୀତା ମାତାଙ୍କ ଚରିତ୍ରରେ କ୍ରିତି ଖୁବ ଫିଟ୍ ଲାଗୁଛନ୍ତି । ଏଥିସହିତ ଫିଲ୍ମର ଟ୍ରେଲର ଲଞ୍ଚ ସମୟରେ କିତ୍ରିଙ୍କୁ ଶାଢୀରେ ଦେଖିବାକୁ ମିଳିଥିଲା । ଏହି ଶାଢୀକୁ ନେଇ ସେ ଖୁବ୍ ଚର୍ଚ୍ଚାରେ ଅଛନ୍ତି । ଏହି କାର୍ଯ୍ୟକ୍ରମରେ ସେ ଧଳା ଓ ଗୋଲଡେନ କଲରର ଶାଢି ପିନ୍ଧିଥିଲେ । ଏହି ଶାଢି ୨୪ କ୍ୟାରେଟ ସୁନାରେ ତିଆରି କରାଯାଇଛି ବୋଲି ଜଣାଯାଇଛି ।

କ୍ରିତି ସାନନ ଏକ କଷ୍ଟମ-ଡିଜାଇନ ହୋଇଥିବା କେରଳ କଟନ ଡବଲ ଡ୍ରାପ ଶାଢି ପିନ୍ଧିଥିଲେ, ଯେଉଁଥିରେ ୨୪ କ୍ୟାରେଟ ସୁନା ଲାଗିଥିଲା । ଏହି ଶାଢିକୁ ଫ୍ୟାଶନ ଡିଜାଇନର ଆବୁ ଜାନି ଏବଂ ସନ୍ଦୀପ ଖୋସଲା ପ୍ରସ୍ତୁତ କରିଥିଲେ । ଡିଜାଇନର ସନ୍ଦୀପ ଖୋସଲା ନିଜ ଇନଷ୍ଟାଗ୍ରାମରେ କ୍ରିତି ସାନନଙ୍କ ଏହି ଫଟୋ ଶେୟାର କରିବା ସହ ଡିଜାଇନ ବିଷୟରେ ଉଲ୍ଲେଖ କରିଛନ୍ତି । କ୍ରିତିଙ୍କ ଡବଲ ଡ୍ରପ ହୋଇଥିବା କେରଳ କଟନ ଶାଢିରେ ୨୪ କ୍ୟାରେଟ ସୁନା ଖାଡି ବ୍ଲକ ପ୍ରିଣ୍ଟରହିଛି । ଏହାବ୍ୟତୀତ ଅଭିନେତ୍ରୀଙ୍କ ବ୍ଲାଉଜକୁ ତମ୍ବା ଫୁଲ ଏବଂ ଏମ୍ରଡୋରିରେ ପ୍ରସ୍ତୁତ କରାଯାଇଛି ।

Comments are closed.