Latest Odisha News

BREAKING NEWS

ବଲିଉଡ଼କୁ ଲାଗିଛି ସୁଶାନ୍ତ ସିଂଙ୍କ ଅଭିଶାପ: କେଆରକେ

ମୁମ୍ୱାଇ: ବଲିଉଡ ଅଭିନେତା ତଥା ଫିଲ୍ମ କ୍ରିଏଟର କମାଲ ଆର ଖାନ ତଥା କେଆରକେ ପୁଣି ଏକ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ଅତୀତରେ ତାଙ୍କୁ ଏକ ପୁରୁଣା ବିବାଦୀୟ ଟ୍ୱିଟ ପାଇଁ ଗିରଫ କରାଯାଇଥିଲା ଏବଂ ସେ କିଛି ଦିନ ଜେଲରେ ମଧ୍ୟ ରହିଥିଲେ। ଜେଲରୁ ବାହାରିବା ପରେ କେଆରକେ ସୋସିଆଲ ମିଡିଆରେ ପୂର୍ବ ଅପେକ୍ଷା କମ୍ ସକ୍ରିୟ ରହୁଛନ୍ତି।

KRK ବଲିଉଡ ଅଭିନେତାମାନଙ୍କ ଉପରେ ନିଜର କ୍ରୋଧ ଜାହିର କରନ୍ତି। ସେ ପ୍ରାୟତଃ ସଲମାନ ଖାନ, ଶାହାରୁଖ ଖାନ, ଆମୀର ଖାନ, କରନ ଜୋହରଙ୍କ ସମ୍ପର୍କରେ ଟ୍ୱିଟ କରନ୍ତି। ଏବେ ତାଙ୍କର ଆଉ ଏକ ନୂଆ ଟୁଇଟ୍ ଆସିଛି, ଯେଉଁଥିରେ ସେ ସୁଶାନ୍ତ ସିଂ ରାଜପୁତଙ୍କ ବିଷୟରେ ବଲିଉଡକୁ କାଠଗଡରେ ଠିଆ କରେଇବାକୁ ବାଧ୍ୟ କରିଛନ୍ତି ଏବଂ ବଲିଉଡ଼ ସୁଶାନ୍ତଙ୍କ ଅଭିଶାପର ଶିକାର ହୋଇଛି ବୋଲି କହିଛନ୍ତି।

KRK ଟ୍ୱିଟ୍ କରି କହିଛନ୍ତି, “ମୁଁ ଏହା ପୂର୍ବରୁ ବିଶ୍ୱାସ କରି ନଥିଲି। କିନ୍ତୁ ବର୍ତ୍ତମାନ ମୁଁ ନିଶ୍ଚିତ ଯେ ବଲିଉଡ ସୁଶାନ୍ତ ସିଂ ରାଜପୁତଙ୍କ ଅଭିଶାପର ଶିକାର ହୋଇଛି। ସମଗ୍ର ବଲିଉଡ ଏକ ମିଳିତ ଯଜ୍ଞ କରିବା ଏବଂ ଭଗବାନଙ୍କୁ କ୍ଷମା ମାଗିବା ଉଚିତ୍। ସେମାନେ ଭଗବାନଙ୍କୁ ପ୍ରତିଜ୍ଞା କରିବା ଉଚିତ ଯେ ଭବିଷ୍ୟତରେ ସେମାନେ ସୁଶାନ୍ତ ଏବଂ ମୋ ଭଳି ଲୋକଙ୍କୁ କ୍ଷତି କରିବେ ନାହିଁ। ଏଥିସହିତ ଯିଏ ମୋତେ ଜେଲରେ ହତ୍ୟା କରିବା ପାଇଁ ମୋ ବିରୋଧରେ ମିଥ୍ୟା ମାମଲା ଦାୟର କରିଛି, ସେ ଚଳଚ୍ଚିତ୍ର ନିର୍ମାଣ ବନ୍ଦ କରିବା ଉଚିତ୍। କାରଣ ତାଙ୍କର ସମସ୍ତ ଚଳଚ୍ଚିତ୍ର ନିଶ୍ଚିତ ଭାବରେ ଫ୍ଲପ୍ ହେବାକୁ ଯାଉଛି। କାରଣ ଜନତା ଏବେ ଜାଗ୍ରତ ହେଲେଣି ଏବଂ ସେମାନେ ଅପରାଧୀଙ୍କ ଫିଲ୍ମ ଦେଖିବେ ନାହିଁ।”

ସୂଚନା ଥାଉକି, ଅତୀତରେ KRK ଟ୍ୱିଟ୍ କରି ଲେଖିଥିଲେ ଯେ, “ଜେଲ ଭିତରେ ମୋର ୨୦ ପ୍ରତିଶତ ସ୍ମୃତି ହରାଇଛି। ସେଠାରେ ମୁଁ 10 ଦିନ ବିନା ଖାଦ୍ୟରେ ଥିଲି। ମୋର ଡାକ୍ତରଙ୍କ କହିବାନୁସାରେ, ମୋର ସ୍ମୃତି ଫେରିବ ନାହିଁ ଏବଂ ଭବିଷ୍ୟତରେ ମୁଁ ଅଧିକ ସ୍ମୃତି ହରାଇବି। ଯଦି ମୁଁ ମରିଯାଏ ତେବେ ଲୋକମାନେ ଜାଣିବା ଉଚିତ୍ ଯେ ପୂର୍ବରୁ ଏହି ଲୋକମାନେ ସୁଶାନ୍ତ ସିଂ ରାଜପୁତଙ୍କ ପ୍ରତି ଏପରି ବ୍ୟବାହର କରିଥିଲେ ଏବଂ ବର୍ତ୍ତମାନ ମୋ ସହ କରାଯାଉଛି।”

Leave A Reply

Your email address will not be published.