Latest Odisha News

BREAKING NEWS

୩ ଘଂଟାର ଖେଳ ପାଇଁ ପାଗଳ ହେଉଛନ୍ତି ୨୫୦ କୋଟି ପ୍ରଶଂସକ

ପୁରୀ ଟି୨୦ କ୍ରିକେଟ ବିଶ୍ୱକପ ଅଷ୍ଟ୍ରେଲିଆରେ ୧୬ ଅକ୍ଟୋବରରେ ଆରମ୍ଭ ହେବ । ୩ ଘଂଟାର ଏହି ଖେଳ ପାଇଁ ସାରା ବିଶ୍ୱର ୨୫୦ କୋଟି ପ୍ରଶଂସକ ପାଗଳ ପ୍ରାୟ ହୋଇ ଉଠିଛନ୍ତି । ଫୁଟବଲ ପଛକୁ କ୍ରିକେଟ ଏବେ ଦ୍ୱିତୀୟ ଲୋକପ୍ରିୟ ଖେଳ ଉଠିଛି । ଫୁଟବଲର ୩୫୦ କୋଟି ପ୍ରଶଂସକ ଥିବା ବେଳେ କ୍ରିକେଟରେ ୨୫୦, ହକିରେ ୨୦୦, ଟେନିସରେ ୧୦୦ ଓ ଭଲିବଲରେ ୯୦ କୋଟି ପ୍ରଶଂସକ ରହିଛି । ପାଖାପାଖି ୧୦ ବର୍ଷ ମଧ୍ୟରେ କ୍ରିକେଟର ଲୋକପ୍ରିୟତା ବହୁତ ବଢ଼ି ଯାଇଛି । ଆଉ ଏହାର ପ୍ରମୁଖ କାରଣ ହେଉଛି ଟି୨୦ କ୍ରିକେଟ । ଆଇପିଏଲ ଏବେ ଏହି ଫର୍ମାଟରେ ଏବେ ଶୀର୍ଷ ସ୍ଥାନରେ ରହିଛି । ଆପଣମାନଙ୍କୁ ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ ୧୯୭୫ରେ ଗୋଟିଏ ଟେଷ୍ଟ ମ୍ୟାଚ ଖେଳିବା ପାଇଁ ଖେଳାଳିଙ୍କୁ ମିଳୁଥିଲା ୨୫୦୦ ଟଙ୍କା । ୧୯୮୩ ବିଶ୍ୱକପ ପରେ ଚାମ୍ପିୟନ ଭାରତୀୟ ଦଳକୁ ପୁରସ୍କାର ଦେବା ପାଇଁ ବିସିସିଆଇ ନିକଟରେ ଅର୍ଥ ନ ଥିଲା । ସୂର ସାମ୍ରଜ୍ଞୀ ଲତା ମଙ୍ଗେସକରଙ୍କୁ ନେଇ ଏକ ଶୋ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏଥିରେ ଆଦାୟ ଅର୍ଥ ଖେଳାଳିମାନଙ୍କୁ ବଂଟା ଯାଇଥିଲା । ଏବେ ସବୁ କିଛି ବଦଳି ଯାଇଛି । କୋଟି କୋଟି ଟଙ୍କା ଉଡୁଛି । ଦିନିକିଆ ବିଶ୍ୱକପ ଭାରତ ଜିତିବା ପରେ ଗୋଟିଏ ମ୍ୟାଚ ଟିଭିରେ ଦେଖିବା ପାଇଁ ଦୂରଦର୍ଶନକୁ ଦେବାକୁ ପଡୁଥିଲା ମାତ୍ର ୫ ଲକ୍ଷ ଟଙ୍କା । ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ବ୍ୟତୀତ ଅନ୍ୟ ଦେଶ ବୋର୍ଡର ଅବସ୍ଥା ଖରାପ ଥିଲା ।

୧୯୯୧ରେ ପ୍ରଥମ ଥର ପାଇଁ ଟିଭି ରାଇଟ୍‌ସ ଭଲ ଦରରେ ବିକ୍ରୀ ହେବା ପରେ ବିସିସିଆଇ ହାତକୁ କିଛି ଟଙ୍କା ଆସିଥିଲା । ୨୦୧୨ରେ ବୋର୍ଡକୁ ଗୋଟିଏ ଆନ୍ତର୍ଜାତୀୟ ମ୍ୟାଚ ପ୍ରସାରଣ ପାଇଁ ୩୨ କୋଟି ଟଙ୍କା ମିଳିଲା । ଆଉ ଏବେ ୪୩.୨୦ କୋଟି ମିଳୁଛି । ସବୁ କିଛି ବଦଳି ଯାଇଛି । ଖେଳାଳିମାନେ ମାଲାମାଲ ଆଉ ଭାରତୀୟ ବୋର୍ଡର ପ୍ରଭାବ ବଢ଼ିବାରେ ଲାଗିଛି । ଏବେ ୧୨ଟି ଦେଶ ଟେଷ୍ଟ କ୍ରିକେଟ ଖେଳୁଥିବା ବେଳେ ୨୫ ଦେଶ ଦିନିକିଆ ଏବଂ ୯୫ ଦେଶ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ଖେଳୁଛନ୍ତି । ଅଲିମ୍ପିକ୍ସରେ କ୍ରିକେଟ ଥରେ ସାମିଲ ହୋଇଥିବା ବେଳେ ଏବେ ଏହାର ଲୋକପ୍ରିୟତା ଦେଖି ପୁନର୍ବାର ଏହାକୁ ସାମିଲ କରିବା ପାଇଁ ଉଦ୍ୟମ ଜୋର ଧରିଛି । ଟି୨୦ କ୍ରିକେଟର ଆଗାମୀ ଦିନରେ ଆଉ କଣ କୀର୍ତିମାନ ସ୍ଥାପନ କରୁଛି ତାହା ଦେଖିବା କଥା ।

Leave A Reply

Your email address will not be published.