ନୂଆଦିଲ୍ଲୀ: ନିକଟରେ ବଲିଉଡ ଗାୟକ ମିକା ସିଂ ଏକ ଚାଞ୍ଚଲ୍ୟକର ମନ୍ତବ୍ଯ ଦେଇ କହିଥିଲେ ଯେ କପିଲ ଶର୍ମା, କମଲ ଆର ଖାନ (କେଆରକେ)ଙ୍କ ଘରେ ବହୁତ ହଙ୍ଗାମା କରିଥିଲେ। ଯାହାପରେ ଘଟଣାରେ ମୁହଁ ଖୋଲିଛନ୍ତି କେଆରକେ।
କେଆରକେ ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ ଭିଡିଓ ସେୟାର କରି କହିଛନ୍ତି ଯେ କପିଲ ଏବଂ ମିକା ନିଶାସକ୍ତ ଅବସ୍ଥାରେ ତାଙ୍କ ମୁମ୍ବାଇସ୍ଥିତ ଘରେ ପହଞ୍ଚିଥିଲେ। ଏପରିକି ତାଙ୍କ ସୁରକ୍ଷାକର୍ମୀ ଉଭୟଙ୍କୁ ଚାପୁଡ଼ା ମାରିଥିଲେ।
ରିପୋର୍ଟ ଅନୁଯାୟୀ କେଆରକେ କହିଛନ୍ତି ଯେ ମିକା ସିଂ ଏବଂ କପିଲ ଶର୍ମା ମଦ୍ୟପାନ କରି ମୁମ୍ବାଇରେ ମୋ ଘରକୁ ଆସି ମୋ ସହ ଦୁର୍ବବ୍ଯହାର କରିଥିଲେ। ଏହି ଘଟଣା ଗୁଗଲ୍ ରେ ମଧ୍ୟ ଅଛି।ସେମାନେ ମୋତେ ଭେଟିବାକୁ ସୁରକ୍ଷାକର୍ମୀଙ୍କୁ କହିଥିଲେ କିନ୍ତୁ ତାଙ୍କୁ ଭିତରକୁ ଛାଡିନଥିଲେ।
ସେ ଆହୁରି ମଧ୍ଯ କହିଛନ୍ତି ଯେ ଏହା ପରେ ସେ ମୋ ଘର ତଳେ ଫଟୋ ଉଠାଇଥିଲେ ଏବଂ ମୋତେ ଭେଟିବାକୁ ଜିଦ୍ ଧରିଥିଲେ। ଦୁହେଁ ନିଶାସକ୍ତ ଥିବାରୁ ସେଠାରୁ ଯିବାକୁ ମନା କରୁଥିଲେ। ପରେ ସୁରକ୍ଷାକର୍ମୀ ବାଧ୍ୟ ହୋଇ ଚାପୁଡ଼ା ମାରିବା ସହ ସେଠାରୁ ସେମାନଙ୍କୁ ବାହାର କରି ଦେଇଥିଲେ। ତେବେ ସେହି ଦିନ ରାତିରେ କପିଲ ଶର୍ମା କିଛି ଟ୍ୱିଟ୍ କରିଥିଲେ ଓ ଯାହାର ଉତ୍ତର ମଧ୍ଯ ମୁଁ ଦେଇଥିଲି। ମିକା ଏବଂ ମୁଁ ପଡୋଶୀ ଥିଲୁ ତେଣୁ ମୁଁ ତାଙ୍କ ଘରକୁ ଯାଇ ପୁନର୍ବାର ଏଭଳି ଘଟଣା ନ ଘଟୁ ବୋଲି ଚେତାବନୀ ଦେଇଥିଲି। ଏହା ପରେ ସେ ହାତ ଯୋଡି କ୍ଷମା ମାଗିଥିଲେ। ତେବେ ସେବେଠାରୁ ସେ ମୋ ଘରକୁ ଆଉ ଆସିନାହାନ୍ତି ବୋଲି ପ୍ରକାଶ କରିଛନ୍ତି କେଆରକେ।
Comments are closed.