Latest Odisha News

BREAKING NEWS

ଆଇପିଏସ ଅମିତାଭ ଠାକୁରଙ୍କ ଶ୍ୱଶୁର କେ.ଏସ. ରାଜହଂସଙ୍କ ପରଲୋକ

ଭୁବନେଶ୍ୱର: ୧୯୬୩ ବ୍ୟାଚର ଆଇଏଫଏସ ଅଫିସର ତଥା ବରିଷ୍ଠ ଆଇପିଏସ ଅଫିସର ଅମିତାଭ ଠାକରୁରଙ୍କ ଶ୍ୱଶୁର କେ.ଏସ. ରାଜହଂସଙ୍କର ଦେହାନ୍ତ ହୋଇଯାଇଛି । ଶ୍ରୀ ରାଜହଂସ କିଛି ବର୍ଷ ତଳେ ଅବସର ନେଇଥିଲେ । କର୍କଟ ରୋଗରେ ପୀଡ଼ିତ ଥିବା ରାଜହଂସ ମୁମ୍ବାଇରେ ଚିକିତ୍ସିତ ହେଉଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ରାତିରେ ତାଙ୍କ ମୃତ୍ୟୁ ହୋଇଛି । ତାଙ୍କ ମୃତ୍ୟୁରେ ପ୍ରଶାସନିକ ମହଲରେ ଶୋକର ଛାୟା ଖେଳିଯାଇଛି ।

ଶ୍ରୀ ରାଜହଂସ ଜଣେ ଅତି ଭଦ୍ର ଓ ମେଳାପୀ ଅଫିସର ଥିଲେ । ତାଙ୍କ ଚାକିରି କାଳ ମଧ୍ୟରେ ସେ ବିଭିନ୍ନ ପଦପଦବୀରେ ବେଶ ସଫଳତାର ସହ କାର୍ଯ୍ୟ କରିଛନ୍ତି । ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଜଙ୍ଗଲ ବିଭାଗରେ ସେ ଗ୍ରହଣ କରିଥିବା କିଛି ପଦକ୍ଷେପକୁ ଏବେ ବି ତାଙ୍କ ସହ କାମ କରିଥିବା ଅଧିକାରୀମାନେ ଝୁରୁଛନ୍ତି ।

ଜଙ୍ଗଲ ଆଇନ କାନୁନ ବିଷୟରେ ସେ ଥିଲେ ଅତି ବିଚକ୍ଷଣ । ସବୁଠାରୁ ବଡ କଥା ହେଉଛି ସେ ଥିଲେ ଜଣେ ଲୋକକୈନ୍ଦ୍ରିକ ପ୍ରଶାସକ । ଯେଉଁଥିପାଇଁ ସେ ଯେଉଁଠି ବି କାମ କରିଛନ୍ତି ସେଠାରେ ସୁନାମ ଅର୍ଜନ କରିଛନ୍ତି ।

Leave A Reply

Your email address will not be published.