Latest Odisha News

BREAKING NEWS

କରୋନାଭାଇରସ୍ ୱାର୍ଡରେ ସ୍ୱିଡେନ୍ ରାଜକୁମାରୀ ସୋଫିଆ !

ସ୍ୱିଡେନ୍‌: କରୋନାଭାଇରସ୍ ବିରୋଧୀ ଲଢେଇରେ ସାମିଲ ହେଲେ ସ୍ୱିଡେନ୍ ରାଜକୁମାରୀ ସୋଫିଆ । ତେବେ ତଦାରଖ ପାଇଁ ନୁହେଁ ବରଂ ସ୍ୱାସ୍ଥ୍ୟକର୍ମୀ ଭାବେ ସୋଫିଆହେମେଟ୍ ହସ୍ପିଟାଲରେ ସେ ଯୋଗଦେଇଛନ୍ତି ।

ପ୍ରିନ୍ସ କାର୍ଲ ଫିଲିପଙ୍କୁ ବିବାହ କରିଥିବା ସୋଫିୟା ହସ୍ପିଟାଲରେ ଯୋଗଦେବା ପୂୂର୍ବରୁ ସୋଫିଆହେମେଟ୍ ୟୁନିଭର୍ସିଟି କଲେଜରେ ତିନିଦିନିଆ ମେଡିକାଲ କୋର୍ସ କରିଥିଲେ ।

ଅନ୍ୟପଟେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ଉପରେ ଚାପ କମାଇବା ପାଇଁ ସୋଫିଆହେମେଟ୍ ୟୁନିଭର୍ସିଟି ପ୍ରତି ସପ୍ତାହରେ ୮୦ଜଣଙ୍କୁ ତାଲିମ ଦେଉଛି । ତାଲିମପ୍ରାପ୍ତ ସମସ୍ତ ସ୍ୱାସ୍ଥ୍ୟକର୍ମୀ ଡାକ୍ତରଙ୍କୁ କରୋନାଭାଇରସ୍ ବିରୋଧୀ ଲଢେଇରେ ସହଯୋଗ କରିବେ ।

ପୂର୍ବରୁ ମଡେଲ ଓ ଟିଭି ଷ୍ଟାର ଭାବେ ପରିଚିତ ସୋଫିଆ ଦୁଇ ପୁଅଙ୍କୁ ଛାଡି କରୋନା ବିରୋଧୀରେ ଲଢେଇରେ ମଇଦାନକୁ ଓହ୍ଲାଇଛନ୍ତି । ତାଜା ସ୍ଥିତିରେ ସ୍ୱିଡେନରେ ୧୩,୨୧୬ଟି ମାମଲା ସାମ୍ନାକୁ ଆସିଥିଲାବେଳେ ୫୫୦ ଜଣ ରୋଗମୁକ୍ତ ଓ ୧୪୦୦ଜଣଙ୍କର ମୃତ୍ୟୁ ଘଟିଛି ।

Leave A Reply

Your email address will not be published.