ନୂଆଦିଲ୍ଲୀ: ଜୁନ୍ ୩ ତାରିଖରେ ଆରସିବି ପ୍ରଥମ ଥର ପାଇଁ ଆଇପିଏଲରେ ବିଜୟ ହାସଲ କରିଥିଲା। ତେବେ ଏହା ପରଦିନ ବେଙ୍ଗାଲୁରୁର ଚିନ୍ନାସ୍ଵାମୀ ଷ୍ଟାଡିୟମ୍ ରେ ଦଳାଚକଟା ଘଟିଥିଲା। ଏହି ଘଟଣା କୁ ନେଇ ୬ ତାରିଖ ଅର୍ଥାତ୍ ଶୁକ୍ରବାର ଦିନ କର୍ଣ୍ଣାଟକ ରାଜ୍ୟ କ୍ରିକେଟ୍ ସଂଘ (KSCA) ର ସମ୍ପାଦକ ଏ ଶଙ୍କର ଏବଂ କୋଷାଧ୍ୟକ୍ଷ ଇ ଜୟରାମ ଉଭୟ ଏକ ପ୍ରେସ କନଫରେନ୍ସ ରେ ନିଜର ଇସ୍ତଫା ପ୍ରଦାନ କରିଛନ୍ତି।
ଉଭୟ ନିଜର ମତ ରଖି କହିଛନ୍ତି ଯେ ଏହି ଘଟଣା ରେ ଉଭୟ ଙ୍କ ଭୂମିକା ଅତ୍ୟନ୍ତ ସୀମିତ ଥିଲେ ମଧ୍ୟ ସେମାନେ ଏହି ଘଟଣାର ଦାୟିତ୍ୱ ନେଇଛନ୍ତି।
ଆଇପିଏଲ ଫାଇନାଲରେ ପଞ୍ଜାବ କିଙ୍ଗସ୍ କୁ ଆରସିବି ୬ ରନରେ ପରାସ୍ତ କରି ଆଇପିଏଲ ୨୦୨୫ର ଟାଇଟଲ ଜିତିବା ପରେ ଜୁନ୍ ୪ ରେ ଚିନ୍ନସ୍ୱାମୀ ଷ୍ଟାଡିୟମରେ ଏକ ବିଜୟ ଉତ୍ସବ ସମାରୋହ ଆୟୋଜିତ ହୋଇଥିଲା। ଏହି ସମାରୋହରେ ସାମିଲ ହେବା ପାଇଁ ଷ୍ଟାଡିୟମ ବାହାରେ ଦର୍ଶକlଙ୍କ ପ୍ରବଳ ଭିଡ଼ ଜମା ହୋଇ ଯାଇଥିଲା। ଫଳରେ ସେଠାରେ ଦଳାଚକଟା ଘଟି ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଆହତ ହୋଇଥିଲେ।
ଏହି କାର୍ଯ୍ୟକ୍ରମରେ କେବଳ ପାସ୍ ଥିବା ଲୋକମାନେ ଯୋଗ ଦେଇଥାନ୍ତେ। କିନ୍ତୁ ତ୍ରୁଟିପୂର୍ଣ୍ଣ ପରିଚାଳନା ଯୋଗୁଁ ଓ ଆରସିବି ର ଖେଳାଳି ମାନଙ୍କୁ ଦେଖିବା ପାଇଁ ସେଠାରେ ପ୍ରବଳ ମାତ୍ରା ରେ ଭିଡ ଜମିଥିଲା।
ଅପରପକ୍ଷରେ ଆରସିବି ଏହି ଘଟଣା ରେ ନିଜର ଦୁଃଖ ପ୍ରକାଶ କରି ପୀଡିତଙ୍କ ପରିବାର ପାଇଁ କ୍ଷତିପୂରଣ ଘୋଷଣା କରିଥିବା ବେଳେ ଆହତ ହୋଇଥିବା ଲୋକମାନଙ୍କୁ ସହାୟତା ପାଇଁ ଅର୍ଥ ପ୍ରଦାନ କରିଛି।
Comments are closed.