Latest Odisha News

BREAKING NEWS

ଆଇପିଏସ ଅଫିସରଙ୍କ ଇସ୍ତଫା, ସହିପାରିଲେନି ନିର୍ଯାତନା

ଭୁବନେଶ୍ୱର: କର୍ଣ୍ଣାଟକରେ ମଙ୍ଗଳବାର ଜଣେ ଆଇପିଏସ ଅଫିସର୍ ନିର୍ଯାତନା କାରଣ ଦର୍ଶାଇ ଚାକିରୀରୁ ଇସ୍ତଫା ଦେଇଛନ୍ତି । ସେ ଠିକ୍ କାମ କରିଛନ୍ତି, କିନ୍ତୁ ତାଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ତାଙ୍କୁ ବଦଳି କରାଗଲା । ଯାହାକୁ ସେ ଆଦୌ ଗ୍ରହଣ କରିପାରୁନାହାନ୍ତି ବୋଲି ଆଇପିଏସ ପି. ରବୀନ୍ଦ୍ରନାଥ କହିଛନ୍ତି ।

ସେ ଏକ ଜାଲ୍ ଜାତିଗତ ସାର୍ଟିଫିକେଟ୍ ମାମଲାରେ ଅଭିଯୁକ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଥିଲେ । ଯେଉଁଥିପାଇଁ ତାଙ୍କ ଅବଧି ସରିବା ଆଗରୁ ତାଙ୍କର ବଦଳି ହୋଇଥିଲା । ରବୀନ୍ଦ୍ରନାଥ ତାଙ୍କ ଇସ୍ତଫା ମୁଖ୍ୟ ଶାସନ ସଚିବ ପି. ରବିକୁମାରଙ୍କୁ ଚିଠି ଲେଖି ଦେଇଛନ୍ତି ।

ସେଥିରେ ସେ ଖୋଦ୍ ମୁଖ୍ୟ ଶାସନ ସଚିବଙ୍କ ଆଚରଣକୁ ନେଇ ଦୁଃଖିତ ବୋଲି ଉଲ୍ଲେଖ କରିଛନ୍ତି । ଉଚିତ୍ ଦାୟିତ୍ୱ ତୁଲାଇବା ପରେ ବି ତାଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ବଦଳି କରାଯିବାକୁ ନେଇ ସେ ମର୍ମାହତ । ଏବଂ ସେଥିପାଇଁ ସେ ଇସ୍ତଫା ଦେଉଛନ୍ତି ବୋଲି ଏକ ସାଧା କାଗଜରେ ସ୍ପଷ୍ଟ ଲେଖିଛନ୍ତି ।

ଏହି ଖବର ମିଳିଛି, କର୍ଣ୍ଣାଟକ ଆପ୍ ମୁଖପାତ୍ର ଶରତ ଖାଦରିଙ୍କ ଟ୍ୱିଟ୍ ରୁ । ଶରତ ଏହି ଇସ୍ତଫା ପତ୍ରର ଏକ ଫଟୋ ଏବଂ ରବୀନ୍ଦ୍ରଙ୍କ ଫଟୋ ଟ୍ୱିଟ୍ କରି ରାଜ୍ୟର ବ୍ୟବସ୍ଥା ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି । ସେ ଲେଖିଛନ୍ତି ଯେ, ତୁରନ୍ତ ଏଭଳି ବ୍ୟବସ୍ଥାର ପରିବର୍ତ୍ତନ ଆବଶ୍ୟକ । ସାଧାରଣ ଲୋକ ଠାରୁ ନେଇ ଆଇପିଏସ ଅଫିସର ପର୍ଯ୍ୟନ୍ତ ସମସ୍ତେ ଏହି ବ୍ୟବସ୍ଥାକୁ ନେଇ ମର୍ମାହତ ।

ସେପଟେ, ରାଜ୍ୟର ଜଣେ ମନ୍ତ୍ରୀ ଏହାକୁ ନେଇ ଏକ ସହଜ ମନ୍ତବ୍ୟ ରଖିଛନ୍ତି । ମନ୍ତ୍ରୀ ଶିବରାମ ହେବର କହିଛନ୍ତି ଯେ, ସବୁ ସରକାରରେ ଏଭଳି ଘଟେ । ଏହା କିଛି ନୂଆ ନୁହେଁ । କେବଳ ବିଜେପି ସରକାରରେ ହେଉନି । ବଡ଼ ଅଫିସର ନିଜ ହିସାବରେ ନିଷ୍ପତ୍ତି ନିଅନ୍ତି । ଏହି ଘଟଣାରେ ଆଉ କିଛି କାରଣ ଥାଇପାରେ ବୋଲି ସେ ବୋଧ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.