Latest Odisha News

BREAKING NEWS

ଶଙ୍ଖ ହୁଳ ହୁଳି ଧ୍ୱନିରେ ପ୍ରକମ୍ପିତ ହେଉଛି ମା କୁଆଁସ ମଙ୍ଗଳାଙ୍କ ପୀଠ

ଯାଜପୁର : ପବିତ୍ର ପଣା ସଂକ୍ରାନ୍ତି ଠାରୁ ଆରମ୍ଭ ହୋଇଛି ଯାଜପୁର ଜିଲ୍ଲାର ଅନ୍ୟତମ ଶକ୍ତିପୀଠ କୁଆଁଶ ମଙ୍ଗଳାଙ୍କ ମହୋତ୍ସବ। ଏଥିପାଇଁ ପୁରା ଅଞ୍ଚଳ ଚଳ ଚଞ୍ଚଳ ହୋଇ ଉଠିଛି। ଭକ୍ତଙ୍କ ଶଙ୍ଖ ହୁଳ ହୁଳି ଧ୍ୱନିରେ ପ୍ରକମ୍ପିତ ହେଉଛି ସମଗ୍ର ଅଂଚଳ ଆଉ ସୃଷ୍ଟି ହୋଇଛି ଆଧ୍ୟାତ୍ମିକ ପରିବେଶ । ବିଶ୍ବାସ ରହିଛି ମା’ଙ୍କ ଦର୍ଶନ କଲେ କୋଟି ଜନ୍ମର ପାପ କ୍ଷୟ ହୋଇଥାଏ। ମା’ଙ୍କ ଦର୍ଶନ ପାଇଁ ଦୂର ଦୂରାନ୍ତରୁ ହଜାର ହଜାର ଶ୍ରଦ୍ଧାଳୁ ମା ଙ୍କ ପୀଠରେ ଏକାଠି ହୋଇଛନ୍ତି । ମନସ୍କାମନା ପୂରଣ ପାଇଁ ମା ଙ୍କୁ ଦର୍ଶନ କରୁଛନ୍ତି।

ପ୍ରତିବର୍ଷ ପବିତ୍ର ପଣା ସଂକ୍ରାନ୍ତି ଠାରୁ ୩ ଦିନ ପର୍ଯ୍ୟନ୍ତ ଏଠାରେ ଯଜ୍ଞ ଅନୁଷ୍ଠିତ ହୁଏ । ଏହି ସମୟ ରେ ମାଙ୍କୁ ଦର୍ଶନ ସହ ମାନସିକଧାରୀ ମାନେ କୁକୁଡା ଉଡାଇଥାନ୍ତି । ଏଥିସହ ଏହି ମହୋତ୍ସବରେ ବହୁ ବିଶିଷ୍ଟ ବ୍ୟକ୍ତି ମଧ୍ୟ ଉପସ୍ଥିତ ରହିଥିଲେ । ଏନେଇ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଥିବା ବେଳେ ଭିଡକୁ ଦୃଷ୍ଟିରେ ରଖି ଉଭୟ ମନ୍ଦିର କମିଟି ଓ ବ୍ଲକ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।

Comments are closed.