Latest Odisha News

BREAKING NEWS

ଆଜି ୧୨ ଘଣ୍ଟିଆ କୁଚିଣ୍ଡା ବନ୍ଦ, ମନ୍ତ୍ରୀ ଟୁକୁନି ସାହୁଙ୍କୁ ଡ଼ାକବଙ୍ଗଳାରେ ତାଲା ପକାଇଲେ କଂଗ୍ରେସ ଓ ବିଜେପି କର୍ମୀ

କୁଚିଣ୍ଡା: କଂଗ୍ରେସ ଓ ବିଜେପି ପକ୍ଷରୁ ଆଜି ୧୨ଘଣ୍ଟିଆ କୁଚିଣ୍ଡା ବନ୍ଦ। ମଙ୍ଗଳବାର ମୁଖ୍ୟମନ୍ତ୍ରୀଙ୍କ କୁଚିଣ୍ଡା ଗସ୍ତବେଳେ ପ୍ରତିବାଦ କରୁଥିବା ବିଜେପି କର୍ମୀ ଓ କଂଗ୍ରେସ କର୍ମୀଙ୍କୁ ଗୋଡ଼େଇ ଗୋଡ଼େଇ ବିଜେଡ଼ି କର୍ମୀ ମାଡ଼ ମାରିଥିଲା। ପୋଲିସ ଘଟଣାସ୍ଥଳରେ ଥାଇ ମଧ୍ୟ ଏହାକୁ ଅଟକାଇପାରିନଥିବା ଅଭିଯୋଗ ହୋଇଥିଲା। ଏହାକୁ ପ୍ରତିବାଦ କରି ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ବନ୍ଦ ପାଳନ କରାଯାଉଛି। ବନ୍ଦ ଡ଼ାକରାକୁ ବ୍ୟବସାୟୀ ସଙ୍ଘ ସମର୍ଥନ ଦେବ ନାହିଁ ବୋଲି କହିଛି। ଆଇନ ଶୃଙ୍ଖଳା ଦୃଷ୍ଟିରୁ ସହରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ଏପଟେ କୁଚିଣ୍ଡା ଡ଼ାକବଙ୍ଗଳାରେ ମନ୍ତ୍ରୀ ଟୁକୁନି ସାହୁଙ୍କୁ ତାଲା ପକାଇଛନ୍ତି କଂଗ୍ରେସ ଓ ବିଜେପି କର୍ମୀ। ମନ୍ତ୍ରୀ ଟୁକୁନି ସାହୁ ଡ଼ାକବଙ୍ଗଳାରେ ଥିବାବେଳେ ତାଙ୍କୁ ତାଲା ପକାଇ ଅଟକ ରଖିଛନ୍ତି। ଡାକବଙ୍ଗଳା ବାହାରେ କଂଗ୍ରେସ ଓ ବିଜେପି କର୍ମୀଙ୍କ ନାରାବାଜି ଚାଲୁଛି। ସ୍ୱାସ୍ଥ୍ୟ କାର୍ଡ଼ ବଣ୍ଟନ ପାଇଁ ମନ୍ତ୍ରୀ କୁଚିଣ୍ଡା ଯାଇଥିଲେ। ଘଟଣାସ୍ଥଳରେ କୁଚିଣ୍ଡା ପୋଲିସ ଓ ଏସଡ଼ିପିଓ ଉପସ୍ଥିତ ଅଛନ୍ତି।

Leave A Reply

Your email address will not be published.