ଶ୍ରୀନଗର: କୁଲଗାମ ଆକ୍ରମଣ ପଛରେ ଲସ୍କର କମାଣ୍ଡର ମହମ୍ମଦ ଲତିଫ ଭଟ୍ଟର ହାତ ଥିବା ସୁରକ୍ଷା ଏଜେନ୍ସି ସନ୍ଦେହ କରୁଥିବା ବେଳେ, ଲତିଫକୁ ଧରିବା ପାଇଁ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି । ଲତିଫକୁ ଧରିବା ପାଇଁ ସୁରକ୍ଷା ଏଜେନ୍ସି ପକ୍ଷରୁ ୧୫ ଲକ୍ଷ ଟଙ୍କାର ନଗଦ ପୁରସ୍କାର ଘୋଷଣା କରାଯାଇଛି ।
କୁଲଗାମ ଜିଲ୍ଲା ଖ୍ରେୱାନ ଚାଡର ଅଞ୍ଚଳର ବାସିନ୍ଦା ହେଉଛି ୨୨ ବର୍ଷୀୟ ମହମ୍ମଦ ଲତିଫ ଭଟ୍ଟ । ୨୦୨୫ ନଭେମ୍ବରରେ ଲତିଫ ହଠାତ୍ ଘରୁ ନିଖୋଜ ହୋଇଯାଇଥିଲା । ପରେ ଆତଙ୍କବାଦୀ ସଙ୍ଗଠନ ଲସ୍କର-ଏ-ତୈବାରେ ଯୋଗ ଦେଇଥିଲା । ପୋଲିସ ସୂଚନା ଅନୁଯାୟୀ, ଲସ୍କରରେ ସାମିଲ ହେବା ପରେ ଲତିଫ ଦକ୍ଷିଣ କଶ୍ମୀରରେ ଅନେକ ବଡ଼ ଆକ୍ରମଣ ଘଟାଇଛି ।
ଜୁଲାଇ ୨୦୨୬ରେ ଅନନ୍ତନାଗର ଏକ ଜନଗହଳିପୂର୍ଣ୍ଣ ବଜାରରେ ପୋଲିସ ହେଡ୍ କନଷ୍ଟେବଳ ଆଶିକ ହୁସେନ କୁରେଶୀଙ୍କୁ ହତ୍ୟା କରିବା ପଛରେ ତାର ହାତ ଥିଲା । ଏହା ବ୍ୟତୀତ ଜୁଲାଇ ୩୧ରେ କୁଲଗାମର ଏକ ଇଟା ଭାଟିରେ କାମ କରୁଥିବା ଛତିଶଗଡ଼ର ୨ ଜଣ ଅଣ-ସ୍ଥାନୀୟ ଶ୍ରମିକଙ୍କୁ ଗୁଳି କରି ହତ୍ୟା କରିବା ଘଟଣାରେ ମଧ୍ୟ ଲତିଫ ମୁଖ୍ୟ ଅଭିଯୁକ୍ତ ।
