Latest Odisha News

କୁଳିଅଣାରେ ଲଜ୍ଜା, ୭ ବର୍ଷର ଝିଅକୁ ଦୁଷ୍କର୍ମ ପରେ ହତ୍ୟା

ମୟୂରଭଞ୍ଜ: ସାମ୍ନାକୁ ଆସିଛି ଲଜ୍ଜା । ଏକ ୭ ବର୍ଷର ଝିଅକୁ ଦୁଷ୍କର୍ମ କରିବା ପରେ ତଣ୍ଟି ଚିପି ହତ୍ୟା । ଏଭଳି କିଛି ଲୋମଟାଙ୍କୁରା ଦୃଶ୍ୟ ସାମ୍ନକୁ ଆସିଛି ମୟୂରଭଞ୍ଜ ଜିଲ୍ଲାର କୁଳିଅଣା ଥାନା ଅଞ୍ଚଳରେ । ନାବାଳିକା ଘରେ ଏକା ଥିବାର ସୁଯୋଗରେ ଝୁଣି ଖାଇଛି ନରଦାନବ ।

ମିଳିଥିବା ସୂଚନା ଅନୁଯାୟୀ, ଶନିବାର ଶେଷ ପର୍ଯ୍ୟାୟରେ ମୟୂରଭଞ୍ଜ ଜିଲ୍ଲାରେ ଭୋଟିଂ ଥିଲା । ଏଥିପାଇଁ ନାବାଳିକା ଜଣଙ୍କ ଘରେ ଏକା ଥିଲେ । ଯାହାର ସୁଯୋଗ ନେଇ ନାବାଳିକାଙ୍କର ଜଣେ ସମ୍ପର୍କୀୟ ଦାଦା ତାଙ୍କୁ ନିଜ ସହ ନଈ ପଠାକୁ ନେଇଯାଇଥିଲେ । ପରେ ତାଙ୍କୁ ପ୍ରଥମେ ଦୁଷ୍କର୍ମ କରିବା ପରେ କାଳେ ସେ କାହାକୁ ଏ ବିଷୟରେ ନକହି ଦିଅନ୍ତୁ, ସହି ଭୟରେ ତାଙ୍କୁ ଘଟଣାସ୍ଥଳରେ ହିଁ ତଣ୍ଟି ଚିପି ହତ୍ୟା କରିଥିଲେ ।

ନାବାଳିକାଙ୍କର ପରିବାର ଲୋକ ଭୋଟ ଦେଇ ଘରକୁ ଆସିବା ପରେ ଝିଅକୁ ନପାଇ ଖୋଜାଖୋଜି କରିଥିଲେ । କିଛି ସମୟ ପରେ ନଈ ପଠାରୁ ନାବାଳିକାଙ୍କ ମୃତଦେହ ପାଇଥିଲେ । ତେବେ ଝିଅ ଏଠିକୁ କିପରି ଆସିଲେ ଓ ଏତା ବଡ ଅଘଟଣ କିଏ କଲା ତାହା ପଚରା ଉଚରେ କରାଯିବାରୁ ଗାଁ ଲୋକେ ଝିଅକୁ ସମ୍ପର୍କୀୟ ଦାଦାଙ୍କ ସହ ଦେଖିଥିବାର କହିଥିଲେ । ଏହା ପରେ ପରିବାର ଲୋକେ ସମ୍ପର୍କୀୟ ଦାଦା ରମେଶ ଚନ୍ଦ୍ର ଦେହୁରୀଙ୍କ ପାଖରେ ପହଞ୍ଚି ଏନେଇ ପଚରା ଉଚରା କରିଥିଲେ । ଅନେକ ଗାଳିମନ୍ଦ ପରେ ଉକ୍ତ ଅଭିଯୁକ୍ତକୁ ପୋଲିସ ଜିମା ଦେଇଥିଲେ । ପୋଲିସ ଅଭିଯୁକ୍ତକୁ  ଗିରଫ କରିବା ସହ ଏହି ଘଟଣାରେ 376(AB)302 IPC ସହ ପକ୍‌ସୋ ଆକ୍ଟରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି

Comments are closed.