Latest Odisha News

BREAKING NEWS

ସରକାରଙ୍କ ପକ୍ଷରୁ ଉଚ୍ଛେଦ କାର୍ଯ୍ୟ ବେଳେ ତହସିଲଦାରଙ୍କୁ ମାଡ ସହ ଟଣାଓଟରା ଅଭିଯୋଗ

ମୟୂରଭଞ୍ଜ: ସରକାରୀ ଜାଗାରେ ଦୀର୍ଘ ବର୍ଷ ଧରି ଲୋକେ କରିଥିଲେ ଘର। ଜବରଦଖଲ ହୋଇଥିବା ଘରକୁ ଭଙ୍ଗାଯିବା ବେଳେ ଦେଖାଯାଇଛି ଉତ୍ତେଜନା । ଜିଲ୍ଲା ପ୍ରଶାସନ ପକ୍ଷରୁ କୁଳିଅଣା ବ୍ଲକର ତିତିରି ଅଞ୍ଚଳରେ ଘର ଭାଙ୍ଗିବା ନେଇ ଦିଆଯାଇଥିଲା ସୂଚନା। ସରକାରଙ୍କ ପକ୍ଷରୁ ଉଚ୍ଛେଦ କାର୍ଯ୍ୟ ଚାଲୁଥିବାବେଳେ କୁଳିଅଣା ତହସିଲଦାରଙ୍କୁ ଟଣାଓଟରା ସହ ମାଡ଼ ଅଭିଯୋଗ ହୋଇଛି ।

ତହସିଲଦାରଙ୍କୁ କୁଳିଅଣା ଥାନା ପର୍ଯ୍ୟନ୍ତ ଘୋଷାଡ଼ି ଘୋଷାଡି ନେଲେ ଉତ୍ତ୍ୟକ୍ତ ଗ୍ରାମବାସୀ । କୁଳିଅଣା ଥାନାରେ ଉତ୍ତେଜନା ଜାରି ରହିଛି ।

ତିତିରି ଅଞ୍ଚଳର ସରକାରୀ ଜାଗାରେ ଦୀର୍ଘ ବର୍ଷ ଧରି ଘର କରି ରହିଥିଲେ ପ୍ରାୟ ୪୨ ପରିବାର । ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ୩୫ଟି ଘର ଭାଙ୍ଗିବାକୁ କୁହାଯାଇଥିଲା । ଆଜି ଜବରଦଖଲ ଉଚ୍ଛେଦ ପାଇଁ ଯାଇଥିବାବେଳେ ଗ୍ରାମବାସୀ ବିରୋଧ କରିଥିଲେ । ନିଆଁ ଜାଳି ବାଉଁଶ ବାନ୍ଧି ଉତ୍ତ୍ୟକ୍ତ ଲୋକେ ୧୮ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ। ପରେ କୁଳିଅଣା ତହସିଲଦାରଙ୍କୁ ମାଡ ମାରିଥିଲେ ଉତ୍ତ୍ୟକ୍ତ ଲୋକ । ଘଟଣାସ୍ଥଳରେ କୁଳିଅଣା ପୋଲିସ ପହଞ୍ଚି ଳୋକଙ୍କୁ ବୁଝାସୁଝା ଜାରି ରଖିଛି।

Comments are closed.